ଆଜିଠୁ ଭାରତ-ଚୀନ ମଧ୍ୟରେ ଆରମ୍ଭ ହେବ ସିଧା ବିମାନ ସେବା । ୫ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ହେବ ବିମାନ ସେବା।କୋଲକାତାରୁ ଉଡ଼ାଣ ଆରମ୍ଭ କରି ଗୁଆଙ୍ଗଝୋଉ ଯିବ ଇଣ୍ଡିଗୋ ବିମାନ । ନଭେମ୍ବର ୧୦ ତାରିଖରୁ ଦିଲ୍ଲୀ-ଗୁଆଙ୍ଗଝୋଉ ମଧ୍ୟରେ ପୁଣି ଉଡ଼ାଣ । ନଭେମ୍ବର ୯ ତାରିଖରୁ ସାଂଘାଇ-ନୂଆଦିଲ୍ଲୀ ମଧ୍ୟରେ ବିମାନ ସେବା। ଚୀନ୍ ଏୟାରଲାଇନର ଚାଇନା ଇଷ୍ଟର୍ଣ୍ଣ ଆରମ୍ଭ କରିବ ବିମାନ ସେବା ସପ୍ତାହକୁ ୩ ଦିନ ବୁଧବାର, ଶନିବାର ଓ ରବିବାର ବିମାନ ସେବା ଉପଲବ୍ଧ ହେବ । ନଭେମ୍ବର ୯ ତାରିଖରୁ ସାଂଘାଇ-ନୂଆଦିଲ୍ଲୀ ମଧ୍ୟରେ ବିମାନ ସେବା ହେବ । ଦୀର୍ଘ ୫ ବର୍ଷ ପରେ ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହେବ। ବିମାନ ସେବା ଆରମ୍ଭ ହେବା ପରେ ଉଭୟ ଦେଶର ବିମାନ କମ୍ପାନୀ ଦ୍ୱାରା ବାଣିଜ୍ୟିକ ଅନୁମୋଦନ ଏବଂ ସମସ୍ତ କାର୍ଯ୍ୟକ୍ଷମ ନିୟମାବଳୀ ପାଳନ ଉପରେ ନିର୍ଭର କରିବ। ୨୦୨୦ ମାର୍ଚ୍ଚ କୋଭିଡ ପରେ ଭାରତ ସବୁ ଅନ୍ତର୍ଜାତୀୟ ବିମାନ ସେବା ରଦ୍ଦ କରିଥିଲା । ଏହା ପରେ ଚୀନ ବି ସବୁ ବିମାନ ସେବା ବନ୍ଦ କରିଥିଲା । ଏହାପରଠୁ ଭାରତ-ଚୀନ ବିମାନ ସେବା ବନ୍ଦ ରହିଆସିଥିଲା । ଏହାପରେ ବିମାନର ଅଭାବ ଯୋଗୁଁ ଚୀନ ଯାଉଥିବା ଲୋକଙ୍କୁ ହଂକଂ, ସିଙ୍ଗାପୁର କିମ୍ବା ବ୍ୟାଙ୍କକ ଭଳି ସହର ଦେଇ ଯିବାକୁ ପଡ଼ୁଥିଲା। ଏହି ପରିବହନ ଯୋଗୁଁ ୬ରୁ ୭ ଘଣ୍ଟାର ଯାତ୍ରାକୁ ୧୫ରୁ ୨୦ ଘଣ୍ଟା ଲାଗୁଥିଲା। Post navigation CycloneMontha: ଗଭୀର ଅବପାତର ରୂପ ନେଲା ବାତ୍ୟା ମୋନ୍ଥା MannKiBaat: କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ: ପ୍ରଧାନମନ୍ତ୍ରୀ ମୋଦି