ପୀତବାସ ପଣ୍ଡା ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛି ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା । ଘଟଣା ପରଠାରୁ ସୁଦର୍ଶନ ଫେରାର ଥିଲେ। ଆଜି ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହଯୋଗୀ ଥିଲା ସୁଦର୍ଶନ ଜେନା। ଗତକାଲି ସକାଳେ ୧୨ଜଣ ଅଭିଯୁକ୍ତଙ୍କୁ ଗରିଫ କରି ଜେଲ୍ ପଠାଇବା ପରେ ରାତିରେ ଜୟପୁରର ସୁନୀଲ ହୋତାଙ୍କୁ ଉଠାଇ ଆଣିଥିଲା ବ୍ରହ୍ମପୁର ପୋଲିସ । ଏହା ପରେ ଆଜି ଫେରାର୍ ଅଭିଯୁକ୍ତ ବ୍ୟବସାୟୀ ସୁଦର୍ଶନ ଜେନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ; ଏହି ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଗିରଫଙ୍କ ସମେତ । କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ନିକଟତମ ସହେଯାଗୀ ମଦନ ଦଳେଇ, କୁରୁପତି ଭୂୟାଁ, ସୁଦର୍ଶନ ଜେନା, ଚିଣ୍ଟୁ ପ୍ରଧାନ, ଶିଶୁ କୁମାର ପାସୱାନ, କୁନ୍ଦନ କୁମାର, ବିପିନ ସ୍ୱାଇଁ, ଯୋଗୀ ଦତ୍ତ, ଉମା ବିଷୋୟୀ, ଶିମାଞ୍ଚଳ ନାହାକ, ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର କୁମାର ସାହୁ ଗିରଫ ହୋଇଛନ୍ତି । ଏହି ୧୩ ଜଣଙ୍କ ଛଡ଼ା ଆହୁରି ୨ ଜଣ ସୁଟର କୁରୁପତି ଭୂୟାଁ ଏବଂ ଉମା ବିଷୋୟୀ ଫେରାର ଥିବା ଜଣାପଡ଼ିଛି । Post navigation ହତ୍ୟା ଅଭିଯୁକ୍ତଙ୍କୁ କାହିଁକି ସୁରକ୍ଷା ଦେଉଛି ବିଜେଡି ? ନୂଆପଡ଼ାରେ ୨୫ ତାରିଖ ପରେ ଦମ ଦେଖାଇବ ବିଜେପି