ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି । ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ରୋଡ କଂଗ୍ରେସର ୮୪ତମ ଅଧିବେଶନ। ଏଥିରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଯୋଗ ଦେବାର କାର୍ଯ୍ୟକ୍ରମର ରହିଛି । ନଭେମ୍ବର ୭-୧୦ ତାରିଖ ଯାଏ ଓଡ଼ିଶାରେ ହେବ ଏହି ଅଧିବେଶନ । ଏଥିରେ ସାରା ଦେଶରୁ ୨ ହଜାରରୁ ଅଧିକ ପ୍ରତିନିଧି ଯୋଗ ଦେବେ । ଏଥିସହ ଅନେକ VVIP ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଓଡ଼ିଶା ସଫଳତାର ସହିତ ୫ଟି IRC ଅଧିବେଶନ ଆୟୋଜନ କରି ଷଷ୍ଠ ଥର ପାଇଁ IRCର ବାର୍ଷିକ ଅଧିବେଶନ ଆୟୋଜନ କରିବ ଓଡ଼ିଶା । ଅଧିବେଶନ ପରିଚାଳନା ପାଇଁ ୧୮ଟି କମିଟି ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ନଭେମ୍ବର ୭ରୁ ୧୦ ପର୍ଯ୍ୟନ୍ତ ଭୁବନେଶ୍ବରର ଜନତା ମଇଦାନରେ ଆୟୋଜିତ ହେବାକୁ ଥିବା ଆଇଆରସିର ଏହି ସମ୍ମିଳନୀରେ ଦେଶ ଦେଖିବ ଓଡ଼ିଆ ଅସ୍ମିତାର ଝଲକ। ଓଡ଼ିଶାରେ ୬ଷ୍ଠ ଥର ପାଇଁ ଆୟୋଜିତ ହେଉଥିବା ଏହି ସଡ଼କ ମହାକୁମ୍ଭ ପାଇଁ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଓଡ଼ିଶାର କଳା, ସଂସ୍କୃତି ସହିତ ପର୍ଯ୍ୟଟନ, ହସ୍ତଶିଳ୍ପ, ହସ୍ତତନ୍ତ ସମେତ ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦ ନେବେ ଅତିଥି। Post navigation ନିର୍ଭୟ ମହା ପ୍ରଭାବ: ସିବିଆଇ ତଦନ୍ତ ନିଷ୍ପତ୍ତି ନେଲେ ମୋହନ ସରକାର ହତ୍ୟା ଅଭିଯୁକ୍ତଙ୍କୁ କାହିଁକି ସୁରକ୍ଷା ଦେଉଛି ବିଜେଡି ?