ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିହାର ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ତେଜସ୍ବୀ ଯାଦବ । ମହାଗଠବନ୍ଧନ ପକ୍ଷରୁ ତେଜସ୍ବୀଙ୍କ ନାଁ ଘୋଷଣା କରାଯାଇଛି। କଂଗ୍ରେସ ନିର୍ବାଚନ ପର୍ଯ୍ୟବେକ୍ଷକ ଏବଂ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଆଜି ପାଟନାରେ ଆୟୋଜିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି। ମହାଗଠବନ୍ଧନର ସମସ୍ତ ସାତଟି ସାଂଗଠନିକ ଦଳର ନେତା ଏବଂ ବରିଷ୍ଠ ନେତାମାନେ ଏହି ଅବସରରେ ଉପସ୍ଥିତ ଥିଲେ। ଅଶୋକ ଗେହଲଟ୍ କହିଛନ୍ତି ତେଜସ୍ବୀଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ସମର୍ଥନ କରିବୁ । VIP ମୁଖ୍ୟ ମୁକେଶ ସାହାଣୀଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇଛି। ସୂଚନା ଯୋଗ୍ୟ; ଆଜି ବିହାର ରାଜଧାନୀ ପାଟନାରେ ମହାମେଣ୍ଟର ବୈଠକ ବସିଥିଲା । ଏଥିରେ ସମସ୍ତଙ୍କ ସହମତିରେ ତେଜସ୍ଵୀ ଯାଦବଙ୍କୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରାଯାଇଛି । ଏହି ବୈଠକରେ ତେଜସ୍ବୀ ଯାଦବ, ସିପିଆଇ ଏମଏଲ ର ଦୀପଙ୍କର ଭଟ୍ଟାଚାର୍ଯ୍ୟ, ଭିଆଇପିର ମୁକେଶ ସହାନି, ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ । ମହାମେଣ୍ଟ ପକ୍ଷରୁ ୨୫୨ ସିଟରେ ପ୍ରାର୍ଥୀ ଦିଆଯାଇଛି । ଆରଜେଡି ୧୪୩, କଂଗ୍ରେସ ୬୧, ସିପିଆଇ ଏମଏଲ ୨୦, ସିପିଆଇ ୯, ସିପିଏମ ୪, ଭିଆଇପି ୧୫ ପ୍ରାର୍ଥୀ ରହିଛନ୍ତି । ଆରଜେଡି-କଂଗ୍ରେସ ୫ ସିଟରେ ଓ କଂଗ୍ରେସ-ସିପିଆଇ ୪ ସିଟରେ ମୁହାଁମୁହିଁ ହୋଇଛନ୍ତି । Post navigation Police Raid Hotel: କଟକ ଶିଖରପୁର ଅଞ୍ଚଳର ହୋଟେଲ୍ରେ ପୋଲିସର ଚଢ଼ାଉ; ୩୦ରୁ ଅଧିକ ଲୋକ ଅଟକ Supplementary Exam: ଫେଲ୍ ହେଲେ ମାଟ୍ରିକ ପରି ସପ୍ଲିମେଣ୍ଟାରି ଦେବେ ପଞ୍ଚମ ଓ ଅଷ୍ଟମର ଛାତ୍ରଛାତ୍ରୀ