ଚୌଦ୍ୱାର ପରେ ବାଲେଶ୍ୱର ଜିଲ୍ଲା ସୋର ଉପ କାରାଗାରରୁ ଜଣେ କଏଦୀ ଫେରାର ହୋଇଯାଇଛନ୍ତି । ଏହାକୁ ନେଇ ୨ ଜଣ ୱାଡର୍ଙ୍କୁ ନିଲମ୍ବନ କଲେ ଜେଲ୍ ଡିଜି ସୁଶାନ୍ତ ନାଥ । ଜେଲ ଡିଜି କହିଛନ୍ତି କି, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଚାଲିଛି । ଏଡିଜି ପ୍ରିଜନ ଅମିତାଭ ଠାକୁର ଘଟଣାସ୍ଥଳକୁ ଯାଉଛନ୍ତି । ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ତଦନ୍ତ ହେବ । ସିସିଟିଭି କିଭଳି ଭାଇରାଲ ହେଲା, ସେ ନେଇ ଅଧିକ ଖୋଳତାଡ଼ ହେବ । ଗତ କିଛିଦିନ ହେଲା ଜେଲ ବିଭାଗରେ ଏଭଳି ଅନେକ ବ୍ୟତିକ୍ରମ ଦେଖାଆଯାଇଛି । ଯେଉଁମାନେ ବିଭିନ୍ନ ଅବହେଳା ପାଇଁ ଦାୟୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବଡ ଚତୁରତାର ସହିତ କଏଦୀ ଜେଲରୁ ଖସି ପଳାଇବାର ୧୨ ଘଣ୍ଟା ବିତିଗଲାଣି ହେଲେ ଏବେ ଯାଏଁ ମିଳିନି ଟିକିଏ ବି ସନ୍ଧାନ । ପୋଲିସ ତନତନ କରି ଖୋଜି ଚାଲିଛି ହେଲେ କଏଦୀର କୌଣସି ପତ୍ତା ମିଳିନାହିଁ । ଖୁବ୍ ଶୀଘ୍ର ଫେରାର କଏଦୀକୁ ଧରିବାପାଇଁ ପୋଲିସ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଛି। ସୂଚନା ଯୋଗ୍ୟ; ୧୮ ତାରିଖରୁ ମାର୍କୋଣାରୁ ଗିରଫ ହୋଇ ଜେଲରେ ଥିଲେ କଏଦୀ । ସିମୁଳିଆ ପୋଲିସ ଦ୍ୱାରା ଗିରଫ କଏଦୀଙ୍କ ଘର ଝାଡ଼ଖଣ୍ଡରେ । ଏକ କାର ଚୋରି ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ଗିରଫ ହୋଇଥିଲା । ଗତକାଲି ସନ୍ଧ୍ୟାରେ ପାଚେରୀ ଡେଇଁ ଜେଲରୁ ଚମ୍ପଟ ମାରିଛି । ଗତକାଲି ସନ୍ଧ୍ୟା ୫ଟାରେ ଜେଲ୍ରେ ଖାଇବାକୁ ଦିଆଯାଇଥିଲା। ପରେ କଏଦୀ ଗଣନା ଚାଲିଥିବାବେଳେ ଦୀପକ ଫେରାର ହୋଇଯାଇଥିବା ଜଣାପଡ଼ିଥିଲା । Post navigation Bjd pressmeet: ପୀତବାସଙ୍କ ହତ୍ୟା ମାମଲା; ରାଜନୈତିକ ଉଦ୍ଦେଶ୍ୟରେ ବିକ୍ରମଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର: ବିଜେଡି Nuapada By-Election: ନୂଆପଡ଼ା ଉପନିର୍ବାଚନ: ୫ ଜଣ ପ୍ରାର୍ଥୀଙ୍କ ନାମାଙ୍କନ ନାକଚ