ଚଳିତବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ ଆଇଏନଏସ ବିକ୍ରାନ୍ତକୁ ଦୀପାବଳି ପାଳନ କରିଛନ୍ତି । ସେଠାରେ ସୈନିକମାନଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ, ସେନାର ଯବାନଙ୍କ ସହ ଦୀପାବଳି ପାଳନ କରିବା ମୋର ସୌଭାଗ୍ୟ । ଭାରତୀୟ ସ୍ଥଳସେନା, ବାୟୁସେନା ଏବଂ ଭାରତୀୟ ନୌସେନା ମଧ୍ୟରେ ସମନ୍ବୟ ପାକିସ୍ତାନକୁ ଅପରେଶନ ସିନ୍ଦୂରରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା। ଯେଉଁମାନଙ୍କ ପାଖରେ ନିଜ ଦମରେ ଲଢ଼ିବାର ସାହସ ଅଛି ସେମାନେ ସର୍ବଦା ଶ୍ରେଷ୍ଠ। ଅପରେଶନ ସିନ୍ଦୂରରେ ତିନୋଟି ବାହିନୀର ଅଂଶଗ୍ରହଣ ପ୍ରମାଣିତ କଲା ଯେ ଆମର ସେନା ସବୁଠାରୁ ଶକ୍ତିଶାଳୀ, ଏବଂ ଆମର ସାହସୀ। ଯେତେବେଳେ ଶତ୍ରୁ ଉପସ୍ଥିତ ଥାଏ ଏବଂ ଯୁଦ୍ଧର ବିପଦ ଥାଏ, ଯେଉଁମାନେ ନିଜ ଦମରେ ଲଢ଼ିବାର ସାହସ ଥାଆନ୍ତି ସେମାନେ ସର୍ବଦା ଶ୍ରେଷ୍ଠ।

ଦେଶର ସମସ୍ତ ନୌବୀର ଓ ତାଙ୍କ ପରିବାର ଲୋକଙ୍କୁ ଶୁଭେଚ୍ଛା ଜଣାଇ ମୋଦି କହିଛନ୍ତି ସେନା ଶକ୍ତିଶାଳୀ ହେବା ପାଇଁ ଆତ୍ମନିର୍ଭଳଶୀଳ ହେବା ଜରୁରୀ । ଗତ ୧୧ ବର୍ଷରେ ପ୍ରତିରକ୍ଷା ବିଭାଗର ଉତ୍ପାଦନ ୩ ଗୁଣ ବଢିଛି । ୪୦ ଦିନରେ ଗୋଟିଏ ଯୁଦ୍ଧାସ୍ତ୍ର ନୌସେନାରେ ସାମିଲ ହେଉଛି । ଏବେ ଭାରତର ସାମରିକ ସାମଗ୍ରୀ କିଣିବା ପାଇଁ ଚାହୁଁଛି ଦୁନିଆ । ମାନବ ସେବାରେ ଭାରତୀୟ ସେନା ବାହିନୀର କାର୍ଯ୍ୟ ପ୍ରଶଂସନୀୟ । ନୌସେନା ପାଇଁ ଆଜି ଭାରତର ସବୁ ଦ୍ୱୀପରେ ତ୍ରିରଙ୍ଗା ଉଡୁଛି । ମାଳଦ୍ୱୀପ ହେଉକି ଶ୍ରୀଲଙ୍କା ସହାୟତା ଯୋଗାଇବାରେ ଭାରତ ନଂ ୧ ।

ସେ ଆଉ ମଧ୍ୟ କହିଛନ୍ତି ଆଜି ମାଓବାଦୀଙ୍କ ଆତଙ୍କୀରୁ ମୁକ୍ତି ପାଇଛି ଭାରତ । ଦେଶର ଶହେରୁ ଅଧିକ ଜିଲ୍ଲା ମାଓବାଦୀଙ୍କ କବଳରେ ରହିଥିଲା। ଏବେ ଅସ୍ତ୍ର ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ। ମାଟିରୁ ମହାକାଶ ପର୍ଯ୍ୟନ୍ତ ବିକାଶରେ ସେନାର ବଡ଼ ଭାଗିଦାରୀ । ଜଳରୁ ଜମି ପର୍ଯ୍ୟନ୍ତ ଆଜି ଶୁଭୁଛି ‘ଭାରତ ମାତା କି ଜୟ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତପସ୍ୟା ଓ ସମର୍ପଣର ଉଚ୍ଚତା ଏତେ ଯେ ଏହାକୁ କେବଳ ମୁଁ ଅନୁଭବ କରି ପାରିଛି । ମୋ ପାଇଁ ଦୀପାବଳି ଅନେକ ଦିଗରୁ ଖାସ । ମୋ ମନେ ଅଛି ଯେେବେ ଆଇଏନଏସ ବିକ୍ରାନ୍ତକୁ ଦେଶକୁ ସମର୍ପଣ କରାଗଲା, ମୁଁ ସେହି ସମୟରେ କହିଥିଲି ବିକ୍ରାନ୍ତ ବିଶାଳ, ବିରାଟ, ବିହଙ୍ଗମ । ବିକ୍ରାନ୍ତ କେବଳ ଏକ ଯୁଦ୍ଧପୋତ ନୁହେଁ ବରଂ ଏକବିଂଶ ଶତାବ୍ଦୀର ଭାରତର ପରିଶ୍ରମ, ପ୍ରତିଭା, ପ୍ରଭାବ ଓ ପ୍ରତିବଦ୍ଧତାର ପ୍ରମାଣ । ଯାହାର ନାମ ହିଁ ଶତ୍ରୁର ସାହାସର ଅନ୍ତ କରିଦିଏ ସେ ହେଉଛି ଆଇଏନଏସ ବିକ୍ରାନ୍ତ । ମୁଁ ଏହି ଅବସରରେ ନିଜ ସେନାଙ୍କୁ ସାଲ୍ୟୁଟ୍ କରିବାକୁ ଚାହୁଁଛି ।

Leave a Reply

Your email address will not be published. Required fields are marked *