ଟ୍ରେନ ଟ୍ରାକ ଉପରେ ପଡ଼ିଲା ବଡ଼ ବଡ଼ ପଥର ଖଣ୍ଡ । ଆନ୍ଧ୍ର-ଓଡ଼ିଶା-ଛତିଶଗଡ ସଂଯୋଗ କରୁଥିବା ବିଶାଖାପାଟଣା-କିରାଣ୍ଡୁଳ କେକେ ରେଳପଥରେ ଘଟିଛି ଅଘଟଣ । ଟ୍ରାକ୍ ରେ ପଥର ପଡ଼ିବା ଯୋଗୁ ଅଟକିଲା ଟ୍ରେନ୍ । ରେଳ ଧାରଣା ଉପରେ ପଥର ଖଣ୍ଡ ପଡ଼ିବା ଫଳରେ କିରଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି । ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନା ଯୋଗ୍ୟ; ଆଜି ଭୋର ଚାରିଟା ସମୟରେ ଆନ୍ଧ୍ର ଚିମିଡିପାଲି ଓ ଟାୟାଡା ଷ୍ଟେସନ ମଧ୍ୟ ଟ୍ରେନ ଟ୍ରାକ ଉପରେ ବିରାଟ ପଥର ଖସିପଡ଼ିଥିଲା । ପଥର ସହ ଧକ୍କା ହୋଇ ମାଲଗାଡ଼ି ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା। ଏହି ଟ୍ରାକରେ ଆଜି ଯିବାକୁ ଥିବା କିରନଦୂଲ୍-ବିଶାଖାପାଟଣା ଟ୍ରେନ ବାତିଲ କରାଯାଇଥିବା ବେଳେ ମଧ୍ୟାହ୍ନ ସୁଦ୍ଧା ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି ରେଲୱେ ତରଫରୁ ସୂଚନା ଦିଆଯାଇଛି । Post navigation Cyclone Alert: ଅକ୍ଟୋବରରେ ଆସୁଛି ଦୁଇଟି ବାତ୍ୟା! ‘No Kings’ protests against Trump: ଟ୍ରମ୍ପଙ୍କ ବିରୋଧରେ ଆମେରିକାରେ ବଡ଼ ବିକ୍ଷୋଭ