ଗଲା ଶଙ୍ଖ ସରକାର ଏକ ରତ୍ନଭଣ୍ଡାର କମିଟି ଗଢ଼ିଥିଲେ । ସେହି କମିଟିରେ ଥୁଲେ ଚାଟାର୍ଡ ଆକାଉଣ୍ଟାଣ୍ଟ ସାବତ ବାବୁ । କମିଟିର ମୁଖ୍ୟ ଥିଲେ ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଅଭିଜିତ ପଶାୟତ । ଶଙ୍ଖ ସରକାର ତାଙ୍କ ଦୃଷ୍ଟିକୋଣକୁ ନେଇ ନିହାତି ଏଭଳି କମିଟି ଗଢ଼ିଥିବେ । ଯେହେତୁ ଶଙ୍ଖ ସରକାରଙ୍କ ଅତ୍ୟନ୍ତ ପ୍ରିୟ ସିଏ ବିଜୟ କୁମାର ସାହୁଙ୍କର ଦେହାନ୍ତ ହେଇଗଲା, ସେଥି ପାଇଁ ଫାଇଭ-ଟି ମୁଖ୍ୟ ପାଣ୍ଡିଆନ ବାବୁ ସେକେଣ୍ଡ ପସନ୍ଦ ଭାବେ ବାଛିଲେ ସାବତ ବାବୁଙ୍କୁ । ଏକଥା ମଧ୍ୟ ଆଲୋଚନା ହୁଏ ଯେ, ଶଙ୍ଖ ସରକାର ସାବତ ବାବୁଙ୍କ ପ୍ରତି ଲାଗି ଉଦାର । ଏହାର କାରଣ ସାବତ ବାବୁ ହିଁ କହିପାରିବେ । ପଦ୍ମ ସରକାର ଆସିବା ପରେ ଶଙ୍ଖ ସରକାରଙ୍କ ରତ୍ନ ଭଣ୍ଡାର କମିଟିକୁ ଭାଙ୍ଗି ଦେଲେ । ଭାଙ୍ଗିବା ଜରୁରୀ ବି ଥିଲା । ପଶାୟତ କମିଟି ଦିନ ବାର ଗଡେଇ ଚାଲିଥିଲେ । ରତ୍ନଭଣ୍ଡାର ଖୋଲିବା ନାଁ ବି ଧରୁନଥିଲେ । ଭଣ୍ଡାର ନଖୋଲି ଦି ଶଙ୍ଖ ସରକାର ଉଡ଼ିଗଲା। ଖୋଲିଥିଲେ କେଜାଣି ସରକାରଟା ରହି ଯାଇଥାନ୍ତା । ମହାପ୍ରଭୁଙ୍କ ରତ୍ନଭଣ୍ଡାରକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ ହଉଚି ବୋଲି ଜଗନ୍ନାଥ ଜାଣି ପକାଇଲେ। ନବୀନ ଓ ପାଣ୍ଡିଆନଙ୍କ ଗର୍ବଗଞ୍ଜନ କରିଦେଲେ । ଏହି କାରଣରୁ ମୋହନ ସରକାର ବଡ଼ ନିଷ୍ପତ୍ତି ନେଇ ଶଙ୍ଖ ସରକାରଙ୍କ ରତ୍ନଭଣ୍ଡାର କମିଟି ଭାଙ୍ଗି ଦେଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ଯକ୍ଷତାରେ କମିଟି ଗଢିଲେ । ସାବତ ବାବୁ ବିଦା ହେଇଗଲେ । ତାଙ୍କ ସ୍ଥାନରେ ସିଏ ଭାବେ ରାଜୀବ ବାବୁଙ୍କୁ ନେଲେ ସରକାର। ଏବେ ହାଲକୁ ଶ୍ରୀମନ୍ଦିର ପରିଚାଳନା ସମିତି ଗଠନ କରି ଚଢି ପଦ୍ମ ସରକାର। ଏଥିରେ ପୂର୍ବତନ ସିଏଜି ଗିରୀଶ ମୁର୍ମୁ ସ୍ଥାନ ପାଇଚନ୍ତି । ବଢ଼ିଆ ନିଷ୍ପତ୍ତି । ବାଛି ବାଛି ଅନ୍ୟମାନଙ୍କୁ ସଦସ୍ୟ ଭାବେ ନିଆଯାଇଟି। କିନ୍ତୁ ଦେଖିଲା ବେଳକୁ ସାବତ ବାବୁ ଫେରିଆସିଛନ୍ତି ସଦସ୍ୟ ଭାବେ ସମିତିକୁ। ଯାହାଙ୍କୁ ରତ୍ନଭଣ୍ଡାର କମିଟିରେ ରଖୁଥିଲେ ତାଙ୍କୁ କଉଁ ବିଶେଷ କାରଣରୁ ପରିଚାଳନା ସମିତିରେ ରଖିଲେ ସରକାର ଏହା ବୁଝିବା କାଠିକର ପାଠ । କେବେ ପଦ୍ମ ଦଳ ସହ ତାଙ୍କର ସମ୍ପର୍କ ଥିଲା କି ? ପଦ୍ମ ଦଳ ପାଇଁ ସାହାଯ୍ୟ କରିଚନ୍ତି କି ? ଆମକୁ ଜଣାନାହିଁ । ମୋହନ ବାବୁ ଯଦି ଜାଣିଥିବେ ଅଲଗା କଥା। କଉଁ ଆଧାରରେ ସାବତ ବାବୁ ପୂନଃ ସ୍ଥାନ ପାଇଲେ ସଂଘବାଲା ବି ବୁଝିପାରୁନାହାଁନ୍ତି । କେଜାଣି ସରକାର ବଦଳିଲା ପରେ ଅନେକ ଲୋକଙ୍କ ଚିତ୍ର ଓ ଚରିତ୍ର ବଦଳି ଯାଇଥିବ ! ତଥାପି ନୂଆ ପରିଚାଳନା ସମିତିକୁ ଆମର ଶୁଭେଚ୍ଛା । ଶ୍ରୀମନ୍ଦିର, ସରକାର ଓ ପଦ୍ମ ଦଳକୁ ଯଦି ସମିତି ସୁହାଇବ ଆମର ଚିନ୍ତା କରିବାର କ’ଣ ଅଛି ? ନିର୍ବାଚନ ଆସିଲେ ପୁଣି କିଏ ପର ଓ କିଏ ନିଜର ଶଙ୍ଖ ନେତାମାନେ ଭଲକି ବୁଝିଯିବେ । Post navigation ଆହୁରି ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା କାଲିଠୁ ରାଜ୍ୟରେ ଅନୁସୂଚିତ ଜାତି ଓ ଜନଜାତି ଜାତୀୟ ସମ୍ମିଳନୀ