Odisha Cabinet Approves 4 Proposals across 3 Departments
ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟର ୨୪ତମ ବୈଠକରେ ତିନିଟି ବିଭାଗର ଚାରିଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
 
ଏଥିରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ୧ ଟି, ଇଲେକ୍ଟ୍ରୋନିକ୍ସ ଏବଂ ଆଇ ଟି ବିଭାଗର ୨ ଟି ପ୍ରସ୍ତାବ ଅନୁମୋଦିତ ହୋଇଥିବାବେଳେ ୪ର୍ଥ ପ୍ରସ୍ତାବଟି ଆଗାମୀ ସେପ୍ଟେମ୍ବର ୧୮ ତାରିଖରୁ ୧୭ ତମ ବିଧାନ ସଭାର ୪ର୍ଥ ଅଧିବେଶନ ଆରମ୍ଭ ହେବାକୁ ଥିବା ସମ୍ପର୍କିତ ପ୍ରସ୍ତାବ ଗୃହୀତ ହୋଇଛି । ଓଡ଼ିଶା ଲୋକ ସେବା ଆୟୋଗରେ ତିନି ସଦସ୍ୟ ନିଯୁକ୍ତିକୁ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
 
ରାଜ୍ୟକୁ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ହବ୍ ଭାବେ ଗଢ଼ି ତୋଳିବା ପାଇଁ ଓଡ଼ିଶା ଇଲେକ୍ଟ୍ରୋନିକ୍ସ କମ୍ପୋନେଟ୍ ମ୍ୟାନୁଫାକଚରିଂ ନୀତି-୨୦୨୫ କୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ନୂତନ ଆଇଟି ପଲିସ ୨୦୨୫ କୁ ମଧ୍ୟ ଅନୁମୋଦନ ମିଳିଛି ।
 
 

By Nirvay

Leave a Reply

Your email address will not be published. Required fields are marked *