ରାଜ୍ୟରେ ଚୋରା ନିଶା କାରବାର ରୋକିବାକୁ ଲୋକସେବା ଭବନରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ । ବୈଠକରେ ନିଶା ଚାଲାଣକାରୀ ନୁହେଁ, ମାଷ୍ଟରମାଇଣ୍ଡକୁ ଧରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ସହ କ୍ୟାମ୍ପସ୍ ପାଖରେ ନିଶା କାରବାର କରୁଥିବା ଲୋକଙ୍କୁ ବାନ୍ଧିବାକୁ ନିଷ୍ପତ୍ତି ନିଆଯାଇଛି । ଚୋରା ନିଶା କାରବାର ରୋକିବାକୁ ବୈଠକରେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହୋଇଛି । ସ୍କୁଲ୍, କଲେଜ ଅଂଚଳରେ ନିଶା କାରବାର ରୋକିବାକୁ ପ୍ରାଧାନ୍ୟ ଦେବା ସହ ବ୍ୟାପକ ଏନଫୋର୍ସମେଣ୍ଟ କରିବା ନେଇ ବୈଠକରେ ଆଲୋଚନା କରାଯାଇଛି । Post navigation ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଚାଷୀ ପଞ୍ଜୀକରଣରେ ଓଡ଼ିଶା କଲା ସର୍ବକାଳୀନ ରେକର୍ଡ