Odisha to declare 9 New NACs on August 31
ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ ଏନଏସି । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।
 
ଗତ ୧୬ ତାରିଖରେ ରାଜ୍ୟ ନଗର ଉନ୍ନୟନ ବିଭାଗ ପକ୍ଷରୁ ୭ଟି ଜିଲ୍ଲାରେ ୧୨ ଟି ନୂଆ ଏନଏସି ଗଠନ ନିମନ୍ତେ ବିଜ୍ଞପ୍ତି ଜାରି ହୋଇଥିଲା ।
 
ଅନ୍ୟ ଯେଉଁ ଜିଲ୍ଲାରେ NAC ପାଇଁ ଦାବି ହେଉଛି, ସରକାର ସେନେଇ ବିଚାର କରୁଛନ୍ତି । ସେଠିକାର ଜନସଂଖ୍ୟା, ଅନ୍ୟାନ୍ୟ ମାପକଠି ନେଇ ସରକାର ବିଚାର କରୁଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।
 
ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ନୋଟିସ କରି CMOକୁ ପଠାଇବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁମୋଦନ କରିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *