ପଦୋନ୍ନତିପ୍ରାପ୍ତ କିମ୍ବା ବଦଳି ହୋଇଥିବା କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅଧିକାରୀମାନଙ୍କୁ ଯଥାଶୀଘ୍ର ନିଯୁକ୍ତି ସ୍ଥାନରେ ଯୋଗ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି କୃଷି ସଚିବ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ଯଥାଶୀଘ୍ର ପଦୋନ୍ନତିପ୍ରାପ୍ତ/ବଦଳି ଅଧିକାରୀ ନିଯୁକ୍ତି ସ୍ଥାନରେ ଯୋଗ ଦିଅନ୍ତୁ । କୌଣସି ପରିସ୍ଥିତିରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ । ଅଗଷ୍ଟ ୩୧ ସୁଦ୍ଧା ନିଯୁକ୍ତ ସ୍ଥାନରେ ଯୋଗ ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । କୃଷି ସଚିବ ଆଉ ମଧ୍ୟ କହିଛନ୍ତି ଏଥି ପାଇଁ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଦିଆଯାଇଥିବା ସମୟ ମଧ୍ୟରେ ନିଯୁକ୍ତ ସ୍ଥାନରେ ଯୋଗ ନ ଦେଲେ ସେପ୍ଟେମ୍ବର ମାସରୁ ଦରମା ବନ୍ଦ କରାଯିବ । ନିର୍ଦ୍ଦେଶାଳୟ, କ୍ଷେତ୍ର ପ୍ରତିଷ୍ଠାନର ମୁଖ୍ୟ, ଅଧିକାରୀମାନଙ୍କୁ ଆଦେଶର ଅନୁପାଳନ ଉପରେ ନଜର ରଖିବାକୁ କୁହାଯାଇଛି । ଏପରିକି କାର୍ଯ୍ୟସ୍ଥଳରେ ଯୋଗଦାନ ନ ଦେଉଥିବା ମାମଲା ଗୁଡ଼ିକୁ ବିଭାଗରେ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତୃଣମୂଳ ସ୍ତରରେ କାର୍ଯ୍ୟାଳୟଗୁଡ଼ିକର ସୁଗମ କାର୍ଯ୍ୟ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି । Post navigation ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ ପୁଣି ସ୍ଥଗିତ ହେଲା ସ୍ପେଶାଲ ଓଟିଇଟି ପରୀକ୍ଷା