ଏସିଆ କପ୍ ୨୦୨୫ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିବା ବେଳେ ଶୁବମନ ଗିଲଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି । ସେହିପରି ଜସପ୍ରୀତ ବୁମରାଙ୍କୁ ମଧ୍ୟରେ ସ୍ଥାନ ମିଳିଛି । କିନ୍ତୁ ଧଳା ବଲ୍ ଫର୍ମାଟରେ ଲଗାତାର ଭଲ ପ୍ରଦର୍ଶନ କରିବା ପରେ ମଧ୍ୟ ଶ୍ରେୟସ ଆୟରଙ୍କୁ ସ୍ଥାନ ମିଳିନାହିଁ । ସେହିପରି ମହମ୍ମଦ ସିରାଜଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି ।

ଦଳରେ ମୋଟ ୧୫ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି । ସେପ୍ଟେମ୍ବର ୯ ରୁ ୨୮ ମଧ୍ୟରେ ଦୁବାଇରେ ଏସିସି ଏସିଆ କପ୍ ୨୦୨୫ ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଖେଳାଯିବ।

ଏସିଆ କପ୍ ପାଇଁ ଟିମରେ ଅଛନ୍ତି : ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ ଗିଲ(ଉପଅଧିନାୟକ), ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ କିପର), ଜସପ୍ରୀତ ବୁମରା, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, କୁଲଦୀପ ଯାଦବ, ସଂଜୁ ସାମସନ(ୱିକେଟକିପର), ହର୍ଷିତ ରାଣା, ରିଙ୍କୁ ସିଂହ ।

ଉଲ୍ଲେଖନୀୟ ୨୦୨୫ ଏସିଆ କପ୍ ସେପ୍ଟେମ୍ବର ୯ରୁ ଆରମ୍ଭ ହେବ। ଏହାର ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୨୮ରେ ଖେଳାଯିବ। ଏଥର ଏସିଆ କପରେ ମୋଟ ଆଠଟି ଦଳ ଅଂଶଗ୍ରହଣ କରିବେ। ଏହି ଦଳଗୁଡ଼ିକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ୨୦୨୫ ଏସିଆ କପ୍ ର ମ୍ୟାଚ୍ ଆବୁଧାବି ଏବଂ ଦୁବାଇରେ ଖେଳାଯିବ। ଟିମ୍ ଇଣ୍ଡିଆ ୧୦ ସେପ୍ଟେମ୍ବରରେ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚ୍ ଖେଳିବ।

Leave a Reply

Your email address will not be published. Required fields are marked *