ଆସନ୍ତା ୧୯ ତାରିଖ ଦିନ ନିଜ ଅଭିଯୋଗ ଉପରେ ପ୍ରାମାଣିକ ତଥ୍ୟ ରଖିବା ପାଇଁ ବିଜୁ ଜନତା ଦଳକୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନ। ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ ବିଜଦ କମିଶନଙ୍କ ପାଖକୁ ଯିବ କି ନାହିଁ ? କିନ୍ତୁ ଦଳ ଭୋଟ ଅନିୟମିତତାକୁ ନେଇ ହାଇକୋର୍ଟକୁ ଯିବା ଲାଗି ନିଷ୍ପତ୍ତି ଘୋଷଣା କରିଛି । ନିର୍ବାଚନର ବର୍ଷେ ପରେ ଏବେ ଅଦାଲତରେ ଲଢ଼ିବ ବିଜଦ। ତେଣେ ଇଣ୍ଡି ମେଣ୍ଟ ଭୋଟ ଚୋରିକୁ ଏକ ଜାତୀୟ ପ୍ରସଙ୍ଗରେ ପରିଣତ କରିଛି। ନିର୍ବାଚନ କମିଶନଙ୍କ ବାରମ୍ବାର ତାଗିଦ୍ ସତ୍ତ୍ୱେ ଏପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ସତ୍ୟପାଠ ଦାଖଲ ସହ କମିଶନଙ୍କ ନିକଟରେ ଅଭିଯୋଗପତ୍ର ଦାଖଲ କରିନାହାନ୍ତି। ଓଡ଼ିଶାର କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ ଓଡ଼ିଶାରେ ମଧ୍ୟ ଭୋଟ ଚୋରିର ଅଭିଯୋଗ ଲଗାଇଛନ୍ତି । କିନ୍ତୁ କଂଗ୍ରେସ ନେତାମାନେ ଭୂଲିଯାଉଛନ୍ତି ଯେ ଭୋଟ ରିଗିଙ୍ଗ୍ ଯୋଗୁ ଜବାହରଲାଲ୍ ନେହରୁ ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଥିଲେ । କଂଗ୍ରେସ ନେତୃତ୍ବାଧୀନ କୌଣସି ଗୋଟିଏ ବି ପ୍ରଦେଶ ନେହରୁଙ୍କୁ ସମର୍ଥନ କରୁ ନଥିଲା । କିନ୍ତୁ ନିର୍ବାଚନ କମିଶନ ଦାୟିତ୍ବ ତୁଲାଉଥିବା ମହାତ୍ମା ଗାନ୍ଧୀ ସଂଖ୍ୟାଗରିଷ୍ଠ ମତକୁ ଉପେକ୍ଷା କରି ନେହରୁଙ୍କୁ ପ୍ରଧାନମନ୍ତ୍ରୀ କରିଥିଲେ। ଇନ୍ଦିରା ଗାନ୍ଧୀ ହେଉଛନ୍ତି ଏକମାତ୍ର ପ୍ରଧାନମନ୍ତ୍ରୀ ଯାହାଙ୍କ ସାଂସଦ ପଦ ଭୋଟ ଅନିୟମିତତା ଅଭିଯୋଗ ରଦ୍ଧ କରିଦେଇଥିଲେ ଆହ୍ଲାବାଦ ହାଇକୋର୍ଟ। ଏଥିପାଇଁ ଇନ୍ଦିରାଙ୍କୁ ଜରୁରୀ ପରିସ୍ଥିତି ଜାରି କରିବାକୁ ପଡ଼ିଥିଲା । ଅନେକ ବରିଷ୍ଠ ବିଚାରପତିଙ୍କୁ ଏଡ଼ାଇ ଦେଇ କନିଷ୍ଠ ବିଚାରପତି ଏଏନ୍ ରାୟଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ନ୍ୟାୟାଧିଶ ଭାବେ ନିଯୁକ୍ତି ଦେଇଥିଲେ ଇନ୍ଦିରା । କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳର ଅଭିଯୋଗ ହେଲା ଯେ ଭୋଟ ଚୋରି କରି ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି । କିନ୍ତୁ କର୍ଣ୍ଣାଟକର ଜଣେ କଂଗ୍ରେସ ମନ୍ତ୍ରୀ ଏଭଳି ଅଭିଯୋଗକୁ ବିରୋଧ କରିବାରୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ପୂର୍ବତନ ମନ୍ତ୍ରୀ ରାଜାନ୍ନା କହିଥିଲେ ଯେ କଂଗ୍ରେସ ଶାସିତ କର୍ଣ୍ଣାଟକରେ ଯଦି ରାଜପା ଭୋଟ ଚୋରି କରିଛି, ତେବେ ସେଥିପାଇଁ ତାଙ୍କ ଦଳର ସରକାର ଦାୟୀ। ଯଦି ଭୋଟ ଚୋରି କରିଥିଲା ଭାଜପା, ତେବେ ଲୋକସଭାରେ ୨୪୦ରେ କାହିଁକି ଏହି ଦଳ ଅଟକି ଗଲା ? ଚୋରି କରି ୩୦୦ ପାର୍ ବି କରିଯାଇଥାନ୍ତା ଭାଜପା । ଆଗକୁ ଏହି ମାମଲାକୁ ନେଇ କଂଗ୍ରେସ ସୁପ୍ରିମକୋର୍ଟକୁ ଯିବ କି ନାହିଁ ସ୍ପଷ୍ଟ ହୋଇନାହିଁ । ନା କେବଳ ଜନତାଙ୍କୁ ଉସୁକାଇବା ପାଇଁ ଏଭଳି ବାହ୍ୟ ଷଡ଼ଯନ୍ତ୍ରକୁ ସାକାର କରିବ କଂଗ୍ରେସ ? କିନ୍ତୁ ବିଳଦର ଯୁକ୍ତି ଭିନ୍ନ, ମାତ୍ର ଉଦ୍ଦେଶ୍ୟ ସମାନ । କଂଗ୍ରେସକୁ ଦେଖି ଏବେ ପରିସ୍ଥିତିରୁ ପାଇଦା ଉଠାଇବା ପାଇଁ ବିଜଦ ଆଗ୍ରହୀ ହୋଇପଡ଼ୁଥିବା ଜଣାପଡ଼ୁଛି । ଯଦି ଓ ବିଜଦ ଗତ ସେପ୍ଟେମ୍ବର ମାସରେ ନିର୍ବାଚନ କମିଶନଙ୍କୁ ଭୋଟ ଗଡ଼ବଡ଼ିକୁ ନେଇ ପିଟିସନ ଦେଇଥିଲା, ତେବେ ଆଉ ୭ ମାସ ପରେ ଅଦାଲତକୁ ଯିବା ଲାଗି ନିଷ୍ପତ୍ତି ନେବା ପଛର କାରଣ କଣ ହୋଇପାରେ ? ବିଜଦର ଯୁକ୍ତି ହେଲା ଯେ ନିର୍ଦ୍ଦିଷ୍ଟ ସମୟ ପରେ ହଠାତ ଭୋଟ ହାର ୭ରୁ ୩୦% ବଢ଼ିଛି। ଲୋକେ ବିଧାନସଭାରେ ବିଜଦକୁ ଭୋଟ ଦେଇଥିବାବେଳେ କିଭଳି ଲୋକସଭାରେ ଭାଜପାକୁ ଭୋଟ ଦେଇଛନ୍ତି ? ଇଭିଏମ୍ ଉପରେ ମୁଖ୍ୟତଃ ସନ୍ଦେହ ରହିଛି ବିଜଦର । Post navigation ପ୍ରସନ୍ନ : କହିଁପେ ନିଗାହେଁ କହିଁପେ ନିଶାନା ମେଟ୍ରୋ ପ୍ରକଳ୍ପକୁ ନେଇ ସରକାର ରାଜ୍ୟବାସୀଙ୍କୁ ଭୁଆଁ ବୁଲାଉଛନ୍ତି: ବିଜେଡି