Student leaders of congress released from jail
ଉଚ୍ଚ ଶିକ୍ଷାମନ୍ତ୍ରୀ ଙ୍କ ବାସଭବନ କୁ ଅଣ୍ଡା ମାଡ଼ କରି ଗିରଫ ହୋଇଥିବା ପୂର୍ବତନ ଛାତ୍ର କଂଗ୍ରେସ ଉପସଭାପତି ଆଦିତ୍ୟ ପ୍ରିତମ ଦାସ, ଛାତ୍ର କଂଗ୍ରେସ ଉପସଭାପତି ସୌମ୍ୟରଞ୍ଜନ ଜେନା, ସାଧାରଣ ସମ୍ପାଦକ ସୁଭଙ୍କର ସେଠୀ ଏବଂ ଛାତ୍ର ନେତା ବଳରାମ ସାହୁ ଝାରପଡା ଜେଲରୁ ଆଜି ମୁକୁଳିଛନ୍ତି ।
 
ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଂଯୋଜକ ଏବଂ କଂଗ୍ରେସ ନେତା ନିରଞ୍ଜନ ନାୟକ ପ୍ରମୁଖ ଉକ୍ତ ଛାତ୍ର ନେତାଙ୍କୁ ପୂଷ୍ପଗୁଛ ଦେଇ ସ୍ୱାଗତ କରି ଏକ ବିରାଟ ଶୋଭାଯାତ୍ରାରେ ସେମାନଙ୍କୁ କଂଗ୍ରେସ ଭବନ ନେଇଥିଲେ । ସେଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ ସେମାନଙ୍କୁ ସ୍ୱାଗତ କରିଥିଲେ । ଭକ୍ତ ଦାସ କହିଥିଲେ ଯେ ଛାତ୍ର ନେତା ମାନେ ଗଣତାନ୍ତ୍ରିକ ପଦ୍ଧତିରେ ବିରୋଧ କରିଥିଲେ କିନ୍ତୁ ତାଙ୍କୁ ଜାଣି ଶୁଣି ଗିରଫ କରାଗଲା । ଜେଲର ଭୟ ଦେଖାଇ ଭୟଭୀତ କରିବା ପାଇଁ ଚେଷ୍ଟା କରାଯାଇଛି । ଯେଉଁ ପର୍ଯ୍ୟନ୍ତ ସୌମ୍ୟାଶ୍ରୀ କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଦାସ ଚେତେଇ ଦେଇଛନ୍ତି ।
 
ଉଲ୍ଲେଖ ଯୋଗ୍ୟ ବାଲେଶ୍ୱର ଫକୀର ମୋହନ କଲେଜର ଆତ୍ମହୃତି ଦେଇ ମୃତ୍ୟୁ ବରଣ କରିଥିବା ଛାତ୍ରୀକୁ ନ୍ୟାୟ ଦେବା ଦାବିରେ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଗତ ୧୬ ତାରିଖ ଦିନ ଛାତ୍ର କଂଗ୍ରେସ କର୍ମୀମାନେ ଘେରାଉ କରିଥିବାବେଳେ ତାଙ୍କ ବାସଭବନକୁ ଅଣ୍ଡାମାଡ ହୋଇଥିଲା । ଆଜି ମୁକୁଳିଥିବା ଛାତ୍ର ନେତାଙ୍କୁ ପୁଲିସ ଅଗଣତାନ୍ତ୍ରିକ ଉପାୟରେ ଜେଲ ପଠାଇଥିଲା ।

By Nirvay

Leave a Reply

Your email address will not be published. Required fields are marked *