ନିଶା ଦେଇ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁକୁ ଆଜି ପୋଲିସ ଗିରଫ କରିଛି । ଗିରଫ ପରେ ଆୟୁଷ୍ମାନକୁ କୋର୍ଟଚାଲାଣ କରିଛି ପୋଲିସ । ଗତକାଲି ଭିଡିଓ କରି ଉଦିତଙ୍କ ଦୋଷ ନଥିବା ଆୟୁଷ୍ମାନ କହିଥିବାବେଳେ ଆଜି ଦୁଷ୍କର୍ମ କେସକୁ ଗଣଦୁଷ୍କର୍ମ ବୋଲି କହିଛି ପୋଲିସ । ଆୟୁଷ୍ମାନ ବିରୋଧରେ ପୀଡିତା ବୟାନ ଦେଇଥିବା ସୂଚନା ଦେଇଛି ପୋଲିସ । ମିଳିଥିବା ସୂଚନା ଅନୁସାରେ, ଗତ ମାର୍ଚ୍ଚ ୧୮ ତାରିଖରେ ଛାତ୍ରୀଙ୍କୁ ହୋଟେଲ ରୁମ୍ରେ ଥଣ୍ଡା ପାନୀୟରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ପୀଡିତା ଛାତ୍ରୀ । Post navigation ଡାକ୍ତରଙ୍କ ନାଁରେ ଷ୍ଟାଫ ନର୍ସଙ୍କ ନିର୍ଯାତନା ଅଭିଯୋଗ ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହ ବାଦ୍, ସ୍ପଷ୍ଟୀକରଣ ଦେଲା ଏନସିଇଆରଟି