କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍ ଅଚ୍ୟୁତାନନ୍ଦନଙ୍କ ପରଲୋକ । ୧୦୧ ବର୍ଷ ବୟସରେ ଆଖି ବୁଜିଲେ ଭି.ଏସ୍ ଅଚ୍ୟୁତାନନ୍ଦନ । ଏ ନେଇ ସିପିଆଇ(ଏମ) ପକ୍ଷରୁ ସୂଚନା ମିଳିଛି । ଅଚ୍ୟୁତାନନ୍ଦନ ଦୀର୍ଘ ସମୟ ଧରି ରୋଗାଗ୍ରସ୍ତ ରହିଥିଲେ । ୨୩ ଜୁନରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।ତାଙ୍କ ବିୟୋଗରେ କେରଳ ତଥା ଦେଶର ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । କେରଳର ୨ ଥରର ମୁଖ୍ୟମନ୍ତ୍ରୀ ତଥା ବଡ଼ ବାମପନ୍ଥୀ ନେତା ଥିଲେ ଅଚ୍ୟୁତାନନ୍ଦନ । କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ପରଲୋକ ବିଷୟରେ ଶୁଣି ମୁଁ ଅତ୍ୟନ୍ତ ଦୁଃଖତ ଓ ମର୍ମାହତ। ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ସେ ଦିବଙ୍ଗତ ଆତ୍ମାଙ୍କୁ ଶାନ୍ତି ପ୍ରଦାନ କରିବା ସହ ତାଙ୍କ ପରିବାରବର୍ଗ ଓ ସମର୍ଥକମାନଙ୍କୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ । ୨୦୦୬ରୁ ୨୦୧୧ ପର୍ଯ୍ୟନ୍ତ କେରଳର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ କେରଳ ୨ ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଅଚ୍ୟୁତାନନ୍ଦନ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ କେରଳ ବିଧାନସଭାରେ ୧୫ ବର୍ଷ ଧରି ବିରୋଧୀ ଦଳର ନେତା ଭାବରେ କାର୍ଯ୍ୟ କରିଥିଲେ । Post navigation ଛାତ୍ରୀ ନିର୍ଯାତନା ମାମଲା; ସ୍ୱାମୀ ଅରୂପାନନ୍ଦ କଲେଜ ଅଧ୍ୟକ୍ଷଙ୍କୁ ନୋଟିସ୍ ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ