ଉଦିତ ପ୍ରଧାନ ନିଲମ୍ବିତ । ଛାତ୍ର କଂଗ୍ରେସ ସଭାପତି ପଦରୁ ନିଲମ୍ବିତ । ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଲମ୍ବନ କଲେ ଜାତୀୟ ଯୁବ କଂଗ୍ରେସ ସଭାପତି । ଏ ନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଛାତ୍ରୀଙ୍କୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଥିଲା ।

ଅନ୍ୟପଟେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଘଟଣା ସମ୍ପର୍କରେ ତଥ୍ୟ ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ କମିଟି ଗଠନ କରିଛନ୍ତି। ସସ୍ମିତା ବେହେରାଙ୍କ ଅଧ୍ଯକ୍ଷତାରେ ଉକ୍ତ କମିଟି ଖୁବଶୀଘ୍ର ଅଭିଯୋଗ କାରିଣିକୁ ଭେଟି ତାଙ୍କ ସହିତ ଆଲୋଚନା କରିବେ ଏବଂ ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବାପାଇଁ ପିସିସି ସଭାପତି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ; ମାର୍ଚ୍ଚ ୧୮ ତାରିଖ ଦିନ ସନ୍ଧ୍ୟାରେ ତାଙ୍କ ବନ୍ଧୁ ଆୟୁଷ୍ମାନ ସାହୁ ତାଙ୍କୁ ଓ ଜଣେ ମହିଳା ସାଙ୍ଗଙ୍କୁ ବୁଲିଯିବାକୁ କହି ମାଷ୍ଟରକ୍ୟାଣ୍ଟିନ୍‌ ଛକକୁ ନେଇଯାଇଥିଲେ। ସେଠାରେ ସହପାଠୀ ଜଣଙ୍କ ଉଦିତ ପ୍ରଧାନଙ୍କୁ ସେମାନଙ୍କ ସହ ପରିଚିତ କରାଇଥିଲେ । ପରେ ସମସ୍ତେ ମଞ୍ଚେଶ୍ବର ଥାନା ଅଞ୍ଚଳର ଏକ ହୋଟେଲକୁ ଯାଇଥିଲେ। ସେଠାରେ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲେ । ଏହାପରେ ଏ ସମ୍ପର୍କରେ କାହାରିକୁ କିଛି ନକହିବା ପାଇଁ ଉଦିତ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆଧାରରେ ମଞ୍ଚେଶ୍ୱର ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଅଭିଯୁକ୍ତ ଉଦିତ ପ୍ରଧାନଙ୍କୁ ଗିରଫ କରିଛି ।

 

Leave a Reply

Your email address will not be published. Required fields are marked *