ଭାରତକୁ ମିଳିଛି ଦୁଇ ଦୁଇଟି ବଡ଼ ସଫଳତା । ଓଡ଼ିଶାର ଚାନ୍ଦିପୁରସ୍ଥିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପୃଥ୍ୱୀ-୨ ଏବଂ ଅଗ୍ନି-୧ର ସଫଳ ପରୀକ୍ଷଣ କରାଯାଇଛି । ଅବଦୁଲ କଲାମ ଦ୍ୱୀପରୁ ପୃଥ୍ୱୀ-୨ ଏବଂ ଅଗ୍ନି-୧ ପ୍ରାଇମ ମିଜାଇଲ୍ର ଗୁରୁବାର ଦିନ ରାତି ୮ଟା ୩୫ ମିନିଟରେ ସଫଳ ପରୀକ୍ଷଣ କରି ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ପୃଥ୍ୱୀ-୨ ମିଜାଇଲର ୩୫୦ ରୁ ୫୦୦ କି.ମି. ଲକ୍ଷ୍ୟଭେଦ କ୍ଷମତା ରଖିଛି । ସେଇଭଳି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅଗ୍ନି-୧ ମିଜାଇଲର ୧ ହଜାର କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି । ଅଗ୍ନି-୧ ପ୍ରାଇମ ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । Post navigation ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ଆଇସିସି ସଦସ୍ୟଙ୍କୁ ତଦନ୍ତ କମିଟି ପାଖରେ ହାଜର ନିର୍ଦ୍ଦେଶ ଓଡ଼ିଶାରେ ଖୋଲିବ ୫ ନୂଆ ମହିଳା ଏନ୍ସିସି ବାଟାଲିଅନ