ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ । ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆହତ ହୋଇଥିବା ଜ୍ୟୋତି ପ୍ରକାଶ ବିଶ୍ବାଳକୁ ଭେଟିଲା କ୍ରାଇମବ୍ରାଞ୍ଚ ଟିମ୍। କଟକ SCBରେ ଆହତ ଜ୍ୟୋତିପ୍ରକାଶଙ୍କୁ ଭେଟିଛନ୍ତି କ୍ରାଇମବ୍ରାଞ୍ଚ ଟିମ୍ । ଏଫ୍‌ଏମ୍‌ କଲେଜ ଛାତ୍ରୀ ମୃତ୍ୟୁ ଘଟଣା ନେଇ ପଚରାଉଚରା କରିଥିବା ଜଣାପଡିଛି ।

ସୂଚନା ଯୋଗ୍ୟ;  ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଉଦ୍ୟମ ବେଳେ ଜ୍ୟୋତିପ୍ରକାଶ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଆଉ ସେହି ନିଆଁରେ ନିଜେ ମଧ୍ୟ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ । ଯାହାଙ୍କ ଚିକିତ୍ସା ଏବେ SCB ବର୍ଣ୍ଣ ୟୁନିଟରେ ଚାଲିଛି ।

 

 

Leave a Reply

Your email address will not be published. Required fields are marked *