ବାଲେଶ୍ୱର ପରେ ଏବେ ସମ୍ୱଲପୁରରେ ଦେଖିବାକୁ ମିଳିଛି ଛାତ୍ରୀ ନିର୍ଯ୍ଯାତନା ମାମଲା । ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯ୍ଯାତନା ଓ ଅସଦାଚରଣ ମାମଲାରେ ଆସିଷ୍ଟାଣ୍ଟ ପ୍ରଫେସର ଗିରଫ । ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ଗିରଫ । ନିର୍ଯ୍ଯାତନା ଓ ଅସଦାଚରଣ ମାମଲା ନେଇ ପୀଢିତା ଛାତ୍ରୀ ଜଣକ ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଲେହାପରେ ମହିଳା ଥାନା ପୋଲିସ ପକ୍ଷରୁ ଆଜି ସଂପୃକ୍ତ ଅଧ୍ୟାପକଙ୍କୁ ଗିରଫ କରାଯାଇଛି। ମହିଳା ପୋଲିସ ଗୋପୀକାନ୍ତ ସୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ; ସମ୍ବଲପୁର ଜିଏମ ବିଶ୍ବବିଦ୍ୟାଳୟର ଏଜୁକେସନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଗୋପୀକାନ୍ତ ସୁନା ନିଜ କ୍ୱାର୍ଟର ଠାରେ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ପରେ ବିବାହ କରିବାକୁ ମନା କରିଦେଇଥିଲେ। ଛାତ୍ରୀ ଜଣଙ୍କ ଇଣ୍ଟିଗ୍ରେଟେଡ୍ ବିଏଡ୍ ଦ୍ବିତୀୟ ବର୍ଷରେ ପଢ଼ୁଥିଲେ । ଏନେଇ ଛାତ୍ରୀ ଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ଛାତ୍ରୀଙ୍କ ଅଭିଯୋଗ ପରେ ସଂପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି । Post navigation ବିଦ୍ୟାଳୟରେ ମହିଳା କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସୁରକ୍ଷା ପାଇଁ ଜାରି ହେଲା ଗାଇଡଲାଇନ୍ ଜ୍ୟୋତି ପ୍ରକାଶ ଏବେ ଅଲୋଡ଼ା; ସରକାର କୌଣସି ସହାୟତା କରିନଥିବା ବାପାଙ୍କ ଅଭିଯୋଗ