congress-roars-in-the-capital
ବାଲେଶ୍ୱରର ଫକୀର ମୋହନ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି କଂଗ୍ରେସ ଆଜି ଓଡ଼ିଶାରେ ବଡ଼ ବନ୍ଦ ଡାକରା ଦେଇଛି । ତେବେ ରାଜ୍ୟରେ ବନ୍ଦ ର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଖ ଚକ ଜାମ କରିଛନ୍ତି କଂଗ୍ରେସ କର୍ମୀ ।
 
ବନ୍ଦ ପାଇଁ ଭୁବନେଶ୍ୱରରେ ଜାତୀୟ ରାଜପଥରେ ଯାତାୟାତ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବାବେଳେ ଭୁବନେଶ୍ଵର ଲୋୟର ପିଏମ୍ ଜି ଛକରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁ ମୁହିଁ ହୋଇଛନ୍ତି ।
 
ଆନ୍ଦୋଳନକାରୀଙ୍କୁ ପୋଲିସ ଭ୍ୟାନରେ ପୋଲିସ ଉଠାଇନେଇ ମାଡ଼ ମାରିଥିବା ଅଭିଯୋଗ କରି କାନ୍ଦି କାନ୍ଦି କହିଛନ୍ତି କଂଗ୍ରେସ କର୍ମୀ । କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଥିବା ସୂଚନା ମିଳିଛି ।
 
ବସ୍‌ ଚାଲୁ ନ ଥିବାରୁ ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଅଚଳ ହୋଇ ପଡି ରହିଛି । ଯାନବାହନ ଯାତାୟାତ କରୁ ନ ଥିବାରୁ ଭୁବନେଶ୍ୱର ଜାତୀୟ ରାଜପଥରେ ୨ କିମି ଯାଏ ଗାଡି ଅଟକି ରହିଛି ।
 
ବାଲେଶ୍ୱର ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ରାଜଧାନୀରେ କଂଗ୍ରେସ କର୍ମୀମାନେ ବାଇକ ରାଲି କରିଛନ୍ତି ।
 
 
 

By Nirvay

Leave a Reply

Your email address will not be published. Required fields are marked *