ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ବିରୋଧ କରି ନ୍ୟାୟ ଦାବିରେ କଂଗ୍ରେସ ଏବଂ ବାମଦଳଙ୍କ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ରାଜଧାନୀରେ କଂଗ୍ରେସ କର୍ମୀମାନେ ବାଇକ ରାଲି କରିଥିବା ଦେଖିବାକୁ ମିଳିଛି । ପିସିସି ସଭାପତି ଭକ୍ତ ଦାସ ସମେତ ପ୍ରଭାରୀ ଅଜୟ ଲଲ୍ଲୁ ଏବଂ କଂଗ୍ରେସ ର ବରିଷ୍ଠ ନେତା ମେନେ ଏହି ରାଲିରେ ସାମିଲ ହୋଇଛନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରିଥିବା ବାଇକ ରାଲି ସବୁ ଗଳିରେ, ସବୁ ଜାଗାରେ କର୍ମୀଙ୍କୁ ଦେଖା କରି କେମିତି ପିକେଟିଂ ହେଉଛି, କେମିତି ଭାରତ ବନ୍ଦ ଚାଲିଛି ତାହାର ସମୀକ୍ଷା କରିବେ । ବାଲେଶ୍ୱର ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ବନ୍ଦ ପାଳନ କରାଯାଉଛି । Post navigation ଓଡ଼ିଶା ବନ୍ଦ ଯୋଗୁଁ ରାଜ୍ୟରେ ଜନ ଜୀବନ, ପ୍ରମୁଖ ସେବା ବାଧାପ୍ରାପ୍ତ କଂଗ୍ରେସର ଓଡିଶା ବନ୍ଦ; ଜାଣନ୍ତୁ, କେଉଁଠି କେମିତି ପ୍ରଭାବ