ଘାନାର ଆକ୍ରାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଅଫ୍ ଘାନା’ ରେ ସମ୍ମାନିତ କରିଛନ୍ତି ଘାନା ରାଷ୍ଟ୍ରପତି ଜନ ଡ୍ରାମାନି ମହାମା । ଏହି ଗସ୍ତ ସମୟରେ ଭାରତ ଏବଂ ଘାନା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ମୋଦିଙ୍କୁ ୨୧ ତୋପି ସଲାମି ଦିଆଯାଇଛି । ମୋଦି ଏହି ସମ୍ମାନକୁ ୧୪୦ କୋଟି ଭାରତୀୟଙ୍କ ନାମରେ ଉତ୍ସର୍ଗ କରିଛନ୍ତି । ୮ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି ଘାନା, ତ୍ରିନିଦାଦ ଏବଂ ଟୋବାଗୋ, ଆର୍ଜେଣ୍ଟିନା, ବ୍ରାଜିଲ ଏବଂ ନାମିବିଆ ସମେତ ପାଞ୍ଚଟି ଦେଶ ଗସ୍ତ କରିବେ । Post navigation କୋଭିଡ୍ ଟୀକା ଏବଂ ଆକସ୍ମିକ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ: ସ୍ବାସ୍ଥ୍ୟ ମନ୍ତ୍ରାଳୟ