କୋଇଡ଼ାରେ ବେଧଡକ ଭାବେ ଚାଲିଛି ମାଙ୍ଗାନିଜ ଚୋରା ଚାଲାଣ। ସୁନ୍ଦରଗଡ଼ କୋଇଡ଼ା ହେମଗିରିରେ ବିଭିନ୍ନ ଖଣି ଦୁର୍ନୀତିର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ । ଘଟଣାସ୍ଥଳରେ ଭିଜିଲାନ୍ସର ୧୦ ଜଣିଆ ଟିମ୍ର ତଦନ୍ତ । ସୁନ୍ଦରଗଡର କୋଇଡ଼ାରେ ORSACର ୪ ଜଣ ସଦସ୍ୟଙ୍କ ସହ ଭିଜିଲାନ୍ସ ଏସ୍ପି ଉପସ୍ଥିତ ରହିଛନ୍ତି । ଏହା ସହ କୋଇଡ଼ାର ବିଭିନ୍ନ ଅଞ୍ଚଳରେ ଭିଜିଲାନ୍ସ ଟିମ୍ର ସରଜମିନ ତଦନ୍ତ ଆରମ୍ଭ ହୋଇଛି । ଖଣି ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୁନ୍ଦରଗଡ଼ ଜିଲାର ହେମଗିରି ଓ କୋଇଡ଼ା ତହସିଲରେ ହୋଇଥିବା ବ୍ୟାପକ ବେଆଇନ୍ ଖଣି ଉତ୍ତୋଳନ ଓ କାରବାରର ତଦନ୍ତ ଭାର ଭିଜିଲାନ୍ସକୁ ଦେଇଛନ୍ତି । ଯାହାକୁ ନେଇ ଛାନଭିନ୍ କରୁଛି ଭିଜିଲାନ୍ସର ୧୦ ଜଣିଆ ଟିମ୍ । ଏହି ଟିମରେ ତହସିଲଦାର ଓ ରେଞ୍ଜରଙ୍କ ସମେତ କୋଇଡା ଖଣି ଉପନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଅଛନ୍ତି। Post navigation ଚୋରି ହେଲା ମହାପ୍ରଭୁଙ୍କ ଦଶମୂଳ ମୋଦକ ଶ୍ରୀମନ୍ଦିରରୁ ମୋଦକ ଚୋରି ଘଟଣା; ପ୍ରାରମ୍ଭିକ ତଦନ୍ତ ସତ୍ୟ ଆଧାରିତ ନୁହେଁ : ଅରବିନ୍ଦ ପାଢୀ