ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅଭିଯୋଗ ଆଣି ଶଙ୍ଖଭବନରେ ବିଜେଡିର ପ୍ରେସମିଟ। ମାଆ ଭଉଣୀଙ୍କ ସୁରକ୍ଷା ପାଇଁ ଆସନ୍ତା ୨୫ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର ବିଜେଡି । ଏହି ଆନ୍ଦୋଳନକୁ ସମର୍ଥନ କରିବାକୁ ରାଜ୍ୟର ସମସ୍ତ ଯୁବ ଓ ଛାତ୍ର ସଂଗଠନକୁ ଆହ୍ଵାନ ଦେଇଛି ଛାତ୍ର ବିଜେଡି । ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି କହିଛନ୍ତି ରାଜ୍ୟରେ ପ୍ରତିଦିନ ୧୫ରୁ ଅଧିକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି । ଗୋପାଳପୁର ଘଟଣା ସାରା ରାଜ୍ୟ ପାଇଁ ଲଜ୍ଜା । ଏହା ସହ ଏହି ଦୁଷ୍କର୍ମ ଘଟଣା ନେଇ ବିଶ୍ବରେ ନିନ୍ଦିତ ଓଡିଶା । ବିଶ୍ବରେ ଓଡିଶା ନିନ୍ଦିତ ଥିବା ବେଳେ ଉତ୍ସବରେ ମାତିଛନ୍ତି ସରକାର । ରାଜ୍ୟରେ ଆଇନଶୃଙ୍ଖଳା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ତେଣୁ ୨୫ରେ ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର ବିଜେଡି । ଛାତ୍ର ଛାତ୍ରୀମାନେ କଳାବ୍ୟାଚ ପିନ୍ଧି କରିବେ ପ୍ରତିବାଦ । ଆଜି ଶଙ୍ଖଭବନରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ବିଧାୟକ ବ୍ୟୋମକେଶ ରାୟ ଓ ଦେବୀରଂଜନ ତ୍ରିପାଠୀ ଅଭିଯୋଗ କରିଛନ୍ତି, ବିଜେପି ସରକାର ଆସିବା ପରେ ରାଜ୍ୟରେ ବଢ଼ିଛି ଦୁଷ୍କର୍ମ। ଦିନକୁ ଦିନ ବିଭିନ୍ନ ପ୍ରକାରର ଅପରାଧ ବଢ଼ିବାରେ ଲାଗିଛି। Post navigation ରାଜ୍ୟରେ ଲଭର୍ସ ପଏଣ୍ଟର ସୁରକ୍ଷା ବଢ଼ାଇବେ ସରକାର: ପ୍ରଭାତୀ ପରିଡ଼ା ଅପରେସନ୍ ପରେ ସୁସ୍ଥ ଅଛନ୍ତି ନବୀନ: ପ୍ରେମ ପଟ୍ଟନାୟକ