ଭୁବନେଶ୍ଵରରେ କନିଷ୍ଠ ଶିକ୍ଷକଙ୍କ ଆନ୍ଦୋଳନ । ୨ଦଫା ଦାବି ନେଇ ରାଜରାସ୍ତାରେ ଗର୍ଜୁଛନ୍ତି କନିଷ୍ଠ ଶିକ୍ଷକ। ଚାକିରି ନିୟମିତ ଓ ସ୍ଥାୟୀ ନିଯୁକ୍ତି ଦାବି ନେଇ ଶତାଧିକ ଶିକ୍ଷକ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ରେଗୁଲାର ଦାବି କରି ଶହ ଶହ ସଂଖ୍ୟାରେ କନିଷ୍ଠ ଶିକ୍ଷକ ରାଜରାସ୍ତାକୁ ଓହ୍ଲାଇଛନ୍ତି।

ଆନ୍ଦୋଳନରତ ଶିକ୍ଷକ କହିଛନ୍ତି ଠିକା ଯୋଗୁ ସରକାର ଦେଉନାହାନ୍ତି ଭଲ ଦରମା । ତେଣୁ ମାସିକ ମାତ୍ର ୧୪ ହଜାର ଟଙ୍କାରେ ଚଳିବା କଷ୍ଟକର ହେଉଛି ବୋଲି ଶିକ୍ଷକମାନେ କହିଛନ୍ତି । ତା’ ସହ ପୂର୍ବ ସରକାର ଠିକା ବ୍ୟବସ୍ଥା ଉଠାଇବାକୁ ନେଇ ଟାଳଟୁଳ ନୀତି ଅବଲମ୍ବନ କରିଥିବା ଅଭିଯୋଗ ଆଣିଛନ୍ତି ଶିକ୍ଷକମାନେ । ପୂର୍ବ ସରକାର ଆମ ଦାବି ଶୁଣିନଥିବା ବେଳେ ଏବେକାର ସରକାର କାହିଁକି ଆମ କଥା ଶୁଣୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି । ସରକାର ଆମ ଦାବି ଯଥାଶିଘ୍ର ନଶୁଣିଲେ ଆଗାମି ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *