ମାତ୍ର ୫୪ ବର୍ଷ ବୟସରେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି ଅଭିନେତା ମୁକୁଲ ଦେବ । ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୁକୁଲ ଦେବ ଟିଭି ଧାରାବାହିକ ଏବଂ ୱେବ୍ ସିରିଜ୍ ରେ କାମ କରିଛନ୍ତି । ଟିଭି ଧାରାବାହିକ ‘ମୁମ୍କିନ୍’ ରୁ ଜଣେ ଅଭିନେତା ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିବା ମୁକୁଲ ‘ସନ୍ ଅଫ୍ ସର୍ଦ୍ଦାର’ ଏବଂ ‘ଜୟ ହୋ’ ଭଳି ସିନେମାରେ କାମ କରି ଫିଲ୍ମ ଜଗତରେ ନିଜର ଛାପ ସୃଷ୍ଟି କରିଥିଲେ । ସେ ହିନ୍ଦୀ, ପଞ୍ଜାବୀ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସହିତ ଛୋଟ ପରଦାରେ ମଧ୍ୟ ଅଭିନୟ କରିଛନ୍ତି । Post navigation ଭାରତୀୟ ଟେଷ୍ଟ ଟିମ୍ କ୍ୟାପଟେନ ହେଲେ ଶୁବମନ ଗିଲ୍