ଇସ୍ତଫା ଦେଇପାରନ୍ତି ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ । ମହମ୍ମଦ ୟୁନୁସ୍ ଖୁବ୍ଶୀଘ୍ର ଇସ୍ତଫା ଦେବା ନେଇ ବଢ଼ିଲା ଚର୍ଚ୍ଚା । ରାଜନୈତିକ ଦଳ ସହ ମତଭେଦ ଯୋଗୁଁ ନେଇପାରନ୍ତି ବଡ଼ ନିଷ୍ପତ୍ତି । ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ପ୍ରତିବାଦ କରିବା ପରେ ଦେଶର ଅସ୍ଥିରତା ସ୍ଥିତି ଯୋଗୁଁ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହୋଇଛି । ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ିବା ପରେ ଦେଶର ଦାୟିତ୍ବ ମୁଣ୍ଡେଇଛନ୍ତି ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ୍। ସେ ବର୍ତ୍ତମାନ ବାଂଲାଦେଶୀ ଜନତାଙ୍କୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। ୟୁନୁସଙ୍କ ଇସ୍ତଫାକୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ସେ କହିଛନ୍ତି କି ଯଦି ସବୁ ପକ୍ଷରୁ ସମର୍ଥନ ନମିଳେ ତେବେ ମୁଁ ଇସ୍ତଫା ଦେଇଦେବି। ପୂର୍ବରୁ ବାଂଲାଦେଶ ସେନା ମୁଖ୍ୟ ଜେନେରାଲ ୱାକାର-ଉଜ-ଜମାନ ମହମ୍ମଦ ୟୁନୁସଙ୍କୁ କଡ଼ା ଚେତାବନୀ ଦେଇଥିଲେ ଏବଂ ଡିସେମ୍ବର ସୁଦ୍ଧା ନିର୍ବାଚନ କରିବାକୁ ଅଲଟିମେଟମ୍ ଦେଇଥିଲେ।ସେନା ମୁଖ୍ୟଙ୍କ ଏହି ବୟାନକୁ ମହମ୍ମଦ ୟୁନୁସଙ୍କ ପାଇଁ ଏକ ଚରମବାଣୀ ଭାବରେ ଦେଖାଯାଉଛି। Post navigation ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ ସାବିତ୍ରୀ ଅମାବାସ୍ୟା ଛୁଟି ତାରିଖ ପରିବର୍ତ୍ତନ; ମେ ୨୭ ପରିବର୍ତ୍ତେ ହେବ ୨୬ ତାରିଖରେ ଛୁଟି