ଆଜି ରାଜସ୍ଥାନର ବିକାନେର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରେ ୨୬ ହଜାର କୋଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ୍ କରିଛନ୍ତି । ସେ ପୁନର୍ବିକଶିତ ଦେଶନୋକ ରେଲୱେ ଷ୍ଟେସନର ଉଦଘାଟନ କରି କହିଛନ୍ତି ଆଜି ରାଜସ୍ଥାନର ଗାଁ ଗାଁରେ ଭଲ ସଡକ ନିର୍ମାଣ କରାଯାଉଛି । ରାଜ୍ୟରେ ରେଲୱେର ବିକାଶ ହେଉଛି । ବେରୋଜଗାରଙ୍କୁ ନିଯୁକ୍ତିର ସୁଯୋଗ ମିଳୁଛି । ଯେଉଁଠି ଭଲ ସଡକ ରହିଛି ସେଠାରେ ଉଦ୍ୟୋଗ ଆରମ୍ଭ ହେଉଛି । ରେଲୱେ ଆମର ଯୁବ ବର୍ଗଙ୍କୁ ବେଶ ଫାଇଦା ଦେଉଛି । ଦେଶରେ ପ୍ରଥମ ବୁଲେଟ୍ ଟ୍ରେନ ପ୍ରକଳ୍ପର କାମ ଜାରି ରହିଛି । ରେଲୱେ ଷ୍ଟେସନର ଛବି ବଦଳିବାରେ ଲାଗିଛି ।

ଏହି ଅବସରରେ ପିଏମ ମୋଦୀ ପାକିସ୍ତାନକୁ ନିଶାନା କରି କହିଛନ୍ତି, ବାଲାକୋଟରେ ଭାରତୀୟ ସେନା ଏୟାରଷ୍ଟ୍ରାଇକ କରିଥିଲା, ସେହି ସମୟରେ ବି ଆମର ପ୍ରଥମ ସଭା ରାଜସ୍ଥାନ ସୀମାରେ ହୋଇଥିଲା । ଅପରେସନ ସିନ୍ଦୂର ପରେ ଆମର ପ୍ରଥମ ସଭା ପୁଣି ଥରେ ରାଜସ୍ଥାନର ବିକାନେରରେ ଆପଣଙ୍କ ଗହଣରେ ହେଉଛି । ଏପ୍ରିଲ ୨୨ର ଜବାବ ମାତ୍ର ୨୨ ମିନିଟ୍‌ରେ ଦେଲୁ । ସିନ୍ଦୂର ଯେତେବେଳେ ବାରୁଦ ହୁଏ ପରିଣାମ କ’ଣ ହୁଏ ବିଶ୍ୱ ଦେଖିଲା । ୯ଟି ଆତଙ୍କୀ ଆଡ୍ଡାକୁ ଆମେ ସେନା ମାଟିରେ ମିଶାଇ ଦେଲା । ଯେଉଁମାନେ ସିନ୍ଦୂର ଲିଭାଇବାକୁ ଆସିଥିଲେ, ସେମାନେ ମାଟିରେ ମିଶିଲେ ।

ସେ ଆଉ ମଧ୍ୟ କହିଛନ୍ତି ଆମ ସରକାର ତିନି ସେନାକୁ ପୂରା ସ୍ୱାଧୀନତା ଦେଇଥିଲେ । ୩ ସେନାର ଚକ୍ରବ୍ୟୂହରେ ଫସିଲେ, ବାହାରି ପାରିଲେନି । ଯେଉଁ ଅସ୍ତ୍ରକୁ ନେଇ ପାକିସ୍ତାନ ଗର୍ବ କରୁଥିଲା, ତାହା କାମ ଦେଲାନି । ସେନା ପାକିସ୍ତାନକୁ ମୁଣ୍ଡ ନୁଆଁଇବାକୁ ବିବଶ କରି ଦେଲେ । ଦେଶ ଆତଙ୍କବାଦୀଙ୍କୁ ମାଟିରେ ମିଶାଇବାକୁ ସଂକଳ୍ପ ନେଇଥିଲା । ଇଏ ହେଉଛି ନୂଆ ଭାରତ, ଏହା ହେଉଛି ଆମର ଶକ୍ତି । ଅପରେସନ ସିନ୍ଦୂର ଆମକୁ ୩ଟି ସୂତ୍ର ଦେଖାଇଛି । ଆତଙ୍କୀ ହମ୍‌ଲା ହେଲେ କଡ଼ା ଜବାବ ଦିଆଯିବ । ସେନାବାହିନୀ କଣ କରାଯିବ ତାହାର ନିଷ୍ପତ୍ତି ନେବ । ପରମାଣୁ ବୋମାର ବ୍ଲାକମେଲିଂକୁ ଖାତିର କରିବୁ ନାହିଁ । ଆତଙ୍କବାଦୀ କାର୍ଯ୍ୟ ଓ ଏହାର ସମର୍ଥକଙ୍କୁ ଅଲଗା ଦେଖିବୁ ନାହିଁ । ଆଗକୁ ଆତଙ୍କୀ କାର୍ଯ୍ୟ ପାକିସ୍ତାନ ଆହୁରି ଅଧିକ ମୂଲ୍ୟ ଦେବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *