ଛତିଶା ନିଯୋଗ ବୈଠକରେ ହୋଇଛି ବଡ଼ ନିଷ୍ପତ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।
 
ଗତବର୍ଷ ଭଳି ପହଣ୍ଡି ଅଘଟଣ ଯେଭଳି ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ସ୍ନାନ ଯାତ୍ରା ଠାରୁ ନିଳାଦ୍ରୀ ବିଜେ ନୀତିକାନ୍ତି ଶୃଙ୍ଖଳିତ ସମାପନକୁ ନେଇ ଛତିଶା ନିଯୋଗ ବୈଠକରେ ଆଲୋଚନା ହୋଇଛି ।
 
ପହଣ୍ଡି ବେଳେ ରହିବେ ନିର୍ଦ୍ଦିଷ୍ଟ ସେବାୟତ ଓ ଅଧିକାରୀ । ବାଡ଼ଗ୍ରାହୀ, ଭୋଇ ସେବକ, ବରିଷ୍ଠ ତତ୍ତ୍ୱାବଧାରକ ପହଣ୍ଡି ସମୟରେ ଉପସ୍ଥିତ ରହିବେ । କୌଣସି ନୀତିରେ ଯେପରି ବିଳମ୍ବ ନ ହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ।
 
 

By Nirvay

Leave a Reply

Your email address will not be published. Required fields are marked *