ଓଡ଼ିଶାରେ ଶିଳ୍ପର ବିକାଶ ଏବଂ ନିବେଶକଙ୍କୁ ଆକୃଷ୍ଟ କଲାଭଳି ପଦକ୍ଷେପ ନିଆଯାଉଥିବା କଥା ପୂର୍ବ ବିଜୁ ଜନତା ଦଳ ସରକାର କହିଆସୁଥିଲା ବେଳେ ଏହା ଏକପ୍ରକାର ପ୍ରଚାର ସଦୃଶ ରହିଥିଲା । ୨୪ ବର୍ଷର ସରକାର ପରେ ଏବେ ରାଜ୍ୟରେ ଭାଜପା ସରକାର । ନୂଆ ସରକାର ମଧ୍ୟ ଶିଳ୍ପ ଅନୁକୂଳ ବାତାବରଣ ଦିଗରେ ପଦକ୍ଷେପ ନେଇଥିଲେ ମଧ୍ୟ ଅଦ୍ୟାବଧୂ ସେଭଳି ଏକ ସୁସ୍ଥ ତଥା ଅନୂକୂଳ ବାତାବରଣ ଓଡ଼ିଶାରେ ଦେଖିବାକୁ ମିଳୁନାହିଁ ବୋଲି କହିଛନ୍ତି ଫାଲକନ ଗ୍ରୁପ୍ର ଅଧ୍ୟକ୍ଷ ଚାରା ଭଞ୍ଜନ ପଟ୍ଟନାୟକ । ସେ ଆଶା କରିଛନ୍ତି ମୋହନ ସରକାର ନିଶ୍ଚିତ ଏଥିପ୍ରତି ଦୃଷ୍ଟିଦେବେ । ରାଜ୍ୟର ଅଗ୍ରଣୀ ବ୍ୟବସାୟିକ ପ୍ରତିଷ୍ଠାନ ଫାଲକନ ଗ୍ରୁପ୍ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ସ୍ୱରୂପ ଗୁଜରାଟର ମେହେସାନାରେ ଆରମ୍ଭ କରାଯାଇଛି ଦେଶର ସର୍ବବୃହତ ଫ୍ରେଞ୍ଚ ଫ୍ରାଇଜ କାରଖାନା, ସ୍ୱୟଂ ଚାଳିତ ଫ୍ରୋଜେନ ଆଳୁ ପ୍ରକ୍ରିୟାକରଣ କେନ୍ଦ୍ର । ଶନିବାର ସରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହାକୁ ଉଦ୍ଘାଟନ କରିଥିଲେ । ଫାଲକନ ଗ୍ରୁପ୍ ପକ୍ଷରୁ ଗୁଜରାଟରେ ୧ହଜାର କୋଟିରୁ ଅଧିକ ନିବେଶର ଚୂକ୍ତି ବହୁ ପୂର୍ବରୁ ହୋଇଥିଲା । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ପାଦ ଥାପିଥିବା ଫାଲକନ ଗୁପ୍ର ଏହି କମ୍ପାନୀ ହେଉଛି ଫାଲକନ ଏଗ୍ରିଫ୍ରିଜ୍ ଫୁଡ୍ସ ପ୍ରାଇଭେଟ ଲିମିଟେଡ୍ । ଗୁଜରାଟର ମେହେସାନାରେ ଏହି କାରଖାନା ଆରମ୍ଭ ହୋଇଛି । ଯାହା ଖାଲି ଘରୋଇ ବଜାର ନୁହେଁ ଏହା ଆନ୍ତର୍ଜାତିକ ବଜାରର ଆବଶ୍ୟକତା ପୂରଣ କରିବ । ଉଦ୍ଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ରୂପେନ୍ଦ୍ର, ପଟେଲ, ଶିଳ୍ପ ମନ୍ତ୍ରୀ ବଲବନ୍ତ ସିଂ ରାଜପୂତ, ରାଜ୍ୟସଭା ସାଂସଦ ମୟଙ୍କ ଭାଇ ନାୟକ, ମେହେସାନା ସାଂସବ ହରିଭାଇ ପଟେଲ, ଫାଲକନ ଗ୍ରୁପ ନିର୍ଦ୍ଦେଶକ ପ୍ରଭା ରକ୍ଷାନ ପଟ୍ଟନାୟକ, କିଚେନ୍ଦ୍ରନାଥ ପଟ୍ଟନାୟକ, ଫାଲକନ ଗ୍ରୁପ୍ ଉପାଧ୍ୟକ୍ଷ ପାର୍ଥଜିତ୍ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲୋ । ଦେଶର ସର୍ବବୃହତ ଫ୍ରେଞ୍ଚ ଫ୍ରାଇଡ ଉତ୍ପାବନକାରୀ ପ୍ଲାଣ୍ଟର ଶୁଭାରମ୍ଭଅବସରରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାରରେ ଫାଲଜନ ଗ୍ରୁପ୍ ଅଧ୍ୟକ୍ଷ ଚାରା ରଞ୍ଜନ କହିଛନ୍ତି ଯେ ପୂର୍ବରୁ ଆମେ ମେରାଇନ୍ ପ୍ରଡକ୍ଟ ଉପରେ ଫୋକସ୍ କରୁଥିଲି, ହେଲେ ଏବେ ବିଜିନେସ ଗ୍ରୋଥ୍ ପାଇଁ ଅନ୍ୟ ସେକ୍ଟର ଉପରେ ମଧ୍ୟ ଗୁରୁତ୍ୱ ଦେଉଛୁ । ତେବେ ଓଡି଼ଶାରେ ଏହି ପ୍ଲାଣ୍ଟ ନକରି କାହିଁକି ଗୁଜରାଟରେ କଲେ ବୋଲି ପ୍ରଶ୍ନରେ ସେ ବହିଛନ୍ତି ଯେ ଗୁଜରାଟ ସରକାର ବିଜିନେସ ଫ୍ରେଣ୍ଡଲି । ଲୋକମାନେ ମଧ୍ୟ ବେଶ୍ ସମର୍ଥନ ଦିଅନ୍ତି । ହେଲେ ଓଡ଼ିଶା ଏହା ଦେଖିବାକୁ ମିଳେନାହିଁ । କାରଖାନାଟିଏ ଆରମ୍ଭକଲେ ସ୍ଥାନୀୟ ଲୋକେ ପ୍ରଥମେ ବିରୋଧ କରନ୍ତି, ଆମକୁ ନିଯୁକ୍ତି ଦିଅ ବୋଲି ଦାବି କରି ବିକ୍ଷୋଭ କରନ୍ତି । ଛୋଟ ମୋଟ ସମସ୍ୟାକୁ ସରକାରୀ ଅଧିକାରୀମାନେ ତୁରନ୍ତ ସମାଧାନ କରିବାରେ ବିଫଳ ହୁଅନ୍ତି । ଓଡ଼ିଶାରେ ବ୍ୟବସାୟୀଙ୍କୁ, ଶିଳ୍ପପତିଙ୍କୁ ଅନେକ ଅପରାଧୀ ବୋଲି ଦେଖନ୍ତି । Post navigation ଆଜି ୧୭ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ପାଇଁ ଜାରି ହେଲା ୱାର୍ଣ୍ଣିଂ ଭରତପୁର ଥାନାରେ ନିର୍ଯାତନା ମାମଲା: ୪ ପୋଲିସଙ୍କ ଉପରୁ ହଟିଲା ନିଲମ୍ବନ