ରାଜଧାନୀ ଭୁବନେଶ୍ୱରରେ ଥିବା ଜଗମରା ସ୍ଥିତ ଏକ ଓୟୋ ହୋଟେଲ ଛାତ ତଳକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ମା’ । ଓୟୋ ଛାତରୁ ଠେଲି ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବତୀ ମା’ । ମୃତ ଯୁବତୀ ଜଣକ ହେଲେ ନୟାଗଡ଼ର ସୋନାଲୀ ମହାପାତ୍ର । ତାଙ୍କ ପୁରୁଷ ବନ୍ଧୁ ବିଭୂତି ପ୍ରତିହାରୀଙ୍କ ପୋଲିସ ଅଟକ ରଖି ପଚରାଉଚରା କରାଯାଉଛି ।

ସୂଚନା ଯୋଗ୍ୟ; ନୟାଗଡ଼ର ସୋନାଲୀ ମହାପାତ୍ର ଭୁବନେଶ୍ୱରର ଏକ ଘରୋଇ ବ୍ୟାଙ୍କରେ କାମ କରନ୍ତି । ଗତକାଲି ସେ ତାଙ୍କର ପୁରୁଷ ବନ୍ଧୁ ବିଭୂତି ପ୍ରତିହାରୀଙ୍କ ସହିତ ଜାଗମରା ସ୍ଥିତ ହୋଟେଲକୁ ଯାଇଥିଲେ । ବିଳମ୍ବିତ ରାତିରେ ରୁମ ଭିତରେ ଉଭୟଙ୍କ ମଧ୍ୟରେ ଖୁବ ଜୋରରେ ପାଟିତୁଣ୍ଡ ଲାଗିଥିଲା । ଉଭୟେ ପରସ୍ପରକୁ ଗାଳିଗୁଲଜ କରିଥିଲେ । ଏ ସବୁ ଶୁଣି ପାଖ ରୁମରେ ରହୁଥିବା ଲୋକ ଯାଇ ହୋଟେଲ କେୟାରଟେକର ଓ ଅନ୍ୟ କର୍ମଚାରୀଙ୍କୁ ଜଣାଇଥିଲେ । ସେମାନେ ସମସ୍ତେ ଝଗଡ଼ାକୁ ବନ୍ଦ କରିବାକୁ ଉଭୟଙ୍କୁ କହିଥିଲେ।

ଏହା ପରେ ଝଗଡ଼ାର ସମାଧାନ ହୋଇଗଲା ଭାବି ହୋଟେଲ କର୍ତ୍ତୃପକ୍ଷ ଓ ଅନ୍ୟମାନେ ସେଠାରୁ ଚାଲିଯାଇଥିଲେ । ଏହାର ଅଧଘଣ୍ଟା ପରେ ପ୍ରେମୀଯୁଗଳ ରୁମକୁ ବାହାରୁ ତାଲା ମାରି ଛାତ ଉପରକୁ ଯାଇଥିଲେ । ସେଠାରେ ପୁଣି କିଛି ସମୟ ଧରି ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା । କଥା ମାରପିଟ ଯାଏଁ ଯାଇଥିଲା । ହଠାତ ସୋନାଲି ଛାତ ଉପରୁ ତଳକୁ ପଡିଗଲେ । ଏହାପରେ ଓୟୋ କର୍ତ୍ତୃପକ୍ଷ ଏନେଇ ପୁଲିସକୁ ଖବର ଦେଲେ । ପୁଲିସ ଘଟଣାସ୍ଥଳକୁ ଯାଇ ଗୁରୁତର ଅବସ୍ଥାରେ ସୋନାଲିଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୋଲିସ ସୋନାଲୀଙ୍କୁ ପରିବାରକୁ ଖବର ଦେଇଛି । ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କ ମୃତ୍ୟୁ ପଛରେ ପୁରୁଷ ବନ୍ଧୁଙ୍କର କୌଣସି ହାତ ରହିଛି ସେ ନେଇ ଏବେ ଅନେକ ଅସୀମାହିତ ପ୍ରଶ୍ନ ରହିଛି । ତେବେ ଉଭୟଙ୍କ ମଧ୍ୟର କୌଣସି କାରଣକୁ ନେଇ ବଚସା ହୋଇଥିବା ପୁରୁଷ ବନ୍ଧୁ କହିଛନ୍ତି । ତେବେ ପୋଲିସ ବିଭୂତିଙ୍କୁ ଅଟକ ରଖି ପଚରା ଉଚରା କରିଛି । ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *