ଆତଙ୍କବାଦର ଏନ୍ତୁଡ଼ିଶାଳ ପାକିସ୍ତାନକୁ ସମର୍ଥନ କରିବା ଏବଂ ଭାରତୀୟ ସେନା ବିରୁଦ୍ଧରେ ମିଥ୍ୟା ଅପପ୍ରଚାର କରିବା ନେଇ ଚୀନ ଲାଗିଲା ବଡ଼ ଝଟକା । ଚୀନର ସରକାରୀ ସମାଚାର ହ୍ୟାଣ୍ଡେଲ ଗ୍ଲୋବାଲ ଟାଇମ୍ସ ଓ ସିନହୁଆର ଏକ୍ସ ଆକାଉଣ୍ଟକୁ  ଭାରତରେ ବ୍ୟାନ୍ କରାଯାଇଛି । ଅପରେସନ୍ ସିନ୍ଦୂର ବେଳେ ଭାରତୀୟ ସେନା ବିରୁଦ୍ଧରେ ଭୁଲ ତଥ୍ୟ ଦେଇଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଗ୍ଲୋବାଲ ଟାଇମ୍ସ ଚୀନ ସତ୍ତାଧାରୀ କମ୍ୟୁନିଷ୍ଟ ପାର୍ଟିର ଏକ ବଡ଼ ସମର୍ଥକ ଅଟେ ।

ସୂଚନା ଅନୁଯାୟୀ, ଭାରତ ସରକାର ଏହି ପଦକ୍ଷେପ ଏଥିପାଇଁ ଉଠାଇଛନ୍ତି କାରଣ ଗ୍ଲୋବାଲ ଟାଇମ୍ସ ଓ ସିନହୁଆର ଏକ୍ସ ଆକାଉଣ୍ଟ ଭାରତ ଓ ପାକିସ୍ତାନ ଉତ୍ତେଜନା ସମୟରେ ଭାରତୀୟ ସେନାକୁ ନେଇ ମିଛ ଖବର ପ୍ରକାଶ କରିଥିଲେ । ଏହାକୁ ନେଇ ଭାରତୀୟ ଦୂତାବାସ କଡା ଚେତାବନୀ ଦେଇଥିଲେ ।

Leave a Reply

Your email address will not be published. Required fields are marked *