ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ପାକିସ୍ଥାନର ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ଉପରେ ଡ୍ରୋନ୍ ଆକ୍ରମଣ କରିଛି ଭାରତ। PSL ମ୍ୟାଚ୍ ପୂର୍ବରୁ ଭାରତର ଡ୍ରୋନ୍ ଆଟାକ୍ ହୋଇଛି । ଏହି ଡ୍ରୋନ୍ ଆକ୍ରମଣରେ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ ପୂରା କ୍ଷତିଗ୍ରସ୍ତ ହୋଇଯାଇଛି । ଏହି ଘଟଣାପରେ ଖେଳାଳି ମାନଙ୍କୁ ତୁରନ୍ତ ରାୱଲପିଣ୍ଡି ଛାଡିବାକୁ ପାକିସ୍ଥାନ କ୍ରିକେଟ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଯୋଗ୍ୟ; ଏହି ଷ୍ଟାଡିୟମରେ କିଛି ସମୟ ମଧ୍ୟରେ ପାକିସ୍ଥାନ ପ୍ରିମିୟର ଲିଗର ମ୍ୟାଚ ଏକ ମ୍ୟାଚ ପେଶାୱାର ଜ଼ଲ୍ମୀ ଓ କରାଚୀ କିଂଗ୍ସ ମଧ୍ୟରେ ସନ୍ଧ୍ୟା ୮ ଟାରେ ଖେଳା ଯାଇଥାନ୍ତା । ଏହା ସହ ଏହି ଡ୍ରୋନ କ୍ରାସ୍ ଫଳରେ ନିକଟସ୍ଥ ରେଷ୍ଟୁରାଣ୍ଟ ଅଟ୍ଟାଳିକା ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣାରେ ୨ ଜଣ ଆହତ ହୋଇଥିବା ସୂଚନା ମିଳୁଛି । Post navigation ଭାରତର ଡିଜିଟାଲ ଷ୍ଟ୍ରାଇକ; ପାକିସ୍ତାନୀ ଫିଲ୍ମ, ୱେବ ସିରିଜକୁ ଓଟିଟି ପ୍ଲାଟଫର୍ମରୁ ହଟାଇବାକୁ ନିର୍ଦ୍ଦେଶ ଜମ୍ମୁରେ ପାକିସ୍ତାନର ଆକ୍ରମଣ; ପଞ୍ଜାବ ଓ ରାଜସ୍ଥାନରେ ମଧ୍ୟ ଡ୍ରୋନ୍ ଆକ୍ରମଣ