ପାକିସ୍ତାନ ଉପରେ ଭାରତର ଡିଜିଟାଲ ଷ୍ଟ୍ରାଇକ । ପାକିସ୍ତାନ ସହ ଯୁଦ୍ଧ ସ୍ଥିତି ମଧ୍ୟରେ ଆହୁରି କଠୋର ହୋଇଛି ଭାରତ । ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ଭାରତ ସରକାର ଭାରତରେ କାର୍ଯ୍ୟ କରୁଥିବା ସମସ୍ତ ଓଟିଟି ପ୍ଲାଟଫର୍ମ, ମିଡିଆ ଷ୍ଟ୍ରିମିଂ ପ୍ଲାଟଫର୍ମ ଏବଂ ଡିଜିଟାଲ୍ ମଧ୍ୟସ୍ଥତାକାରୀମାନଙ୍କୁ ପାକିସ୍ତାନର ସମସ୍ତ ୱେବ୍-ସିରିଜ୍, ଚଳଚ୍ଚିତ୍ର, ଗୀତ, ପଡକାଷ୍ଟ ଏବଂ ଅନ୍ୟାନ୍ୟ ଷ୍ଟ୍ରିମିଂ ମିଡିଆ ବିଷୟବସ୍ତୁକୁ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀରେ କୁହାଯାଇଛି, ଭାରତରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣର ପାକିସ୍ତାନସ୍ଥିତ ଆତଙ୍କବାଦୀଙ୍କ ସହ ସୀମା ପାର ସମ୍ପର୍କ ଥିବା ପ୍ରମାଣିତ ହୋଇଛି। ତେଣୁ, ସମସ୍ତ ଓଟିଟି ପ୍ଲାଟଫର୍ମ ଏବଂ ମିଡିଆ ଷ୍ଟ୍ରିମିଂ ପାକିସ୍ତାନରୁ ଉତ୍ପନ୍ନ ହୋଇଥିବା ୱେବ୍-ସିରିଜ୍, ଚଳଚ୍ଚିତ୍ର, ଗୀତ, ପଡକାଷ୍ଟ ଏବଂ ଅନ୍ୟାନ୍ୟ ଷ୍ଟ୍ରିମିଂ ମିଡିଆ ବିଷୟବସ୍ତୁ, ଯାହା ସବସ୍କ୍ରିପସନ୍-ଆଧାରିତ ମଡେଲରେ କିମ୍ବା ଅନ୍ୟ ଉପାୟରେ ଉପଲବ୍ଧ, ତାହାକୁ ବନ୍ଦ କରିବା ଆବଶ୍ୟକ। Post navigation ଜୁନ୍ ମାସରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ଉଡ଼ିବ ବିମାନ ଭାରତର ଡ୍ରୋନ ଆକ୍ରମଣରେ ଧ୍ବସ୍ତବିଧ୍ବସ୍ତ ରାୱଲପିଣ୍ଡି କ୍ରିକେଟ ଷ୍ଟାଡିୟମ। ବାତିଲ ହେଲା ପିଏସଏଲ ମ୍ୟାଚ