ଅପରେସନ ସିନ୍ଦୂର ପରେ ଭାରତ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ପାକିସ୍ତାନ ଉପରେ ଭାରତର ଆକ୍ରମଣ ଅପରେସନ ସିନ୍ଦୂର ପରେ ଉତ୍ତର ଭାରତର ୧୫ଟି ସହରକୁ ପାକିସ୍ତାନ ମିସାଇଲ୍ ଆକ୍ରମଣ କରିଛି । ତେବେ ଏହାର ଭାରତୀୟ ପ୍ରତିରକ୍ଷା ବିଭାଗ ଭଣ୍ଡୁର କରିଦେଇଛି । ଭାରତର ବାୟୁସେନା ପକ୍ଷରୁ S-400 ସୁଦର୍ଶନ ଚକ୍ର ପାକିସ୍ତାନର ସମସ୍ତ ଉଦ୍ୟମକୁ ପଣ୍ଡ କରିଦେଇଛି। ଏ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରେସ୍ ବିବୃତ୍ତି ଜରିଆରେ ସୂଚନା ଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ମେ ୭ ତାରିଖ ରାତିରେ ଭାରତ ପକ୍ଷରେ ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୂର ଅଭିଯାନରେ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରାଯାଇଛି । ଏହାପରେ ପାକିସ୍ତାନ ଉତ୍ତର ଓ ପଶ୍ଚିମ ଭାରତର ୧୫ଟି ସହରକୁ ଟାର୍ଗେଟ୍ କରିଛି । ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ୍, ଅମ୍ରିତସର, କପୁରତାଲା, ଜଲନ୍ଧର, ଲୁଧିଆନା, ଆଦମପୁର, ଭାଟିଣ୍ଡା, ଚନ୍ଦିଗଡ଼, ନାଲ୍, ଫାଲୋଦି, ଉତ୍ତରଲାଇ ଓ ଭୁଜକୁ ଡ୍ରୋନ୍ ଏବଂ ମିଜାଇଲ୍ ପଠାଇଛି ପାକିସ୍ତାନ । ଡ୍ରୋନ ଓ ମିଜାଇଲ୍ ଜରିଆରେ ପାକିସ୍ତାନ ଟାର୍ଗେଟ୍ କରିଥିଲା। ହେଲେ ଭାରତ S-400 ସିଷ୍ଟମ ସାହାଯ୍ୟରେ ପାକିସ୍ତାନୀ ଆକ୍ରମଣ ଉଦ୍ୟମକୁ ପଣ୍ଡ କରିଥିଲା। ଭାରତୀୟ ବାୟୁସେନା S-400 ସୁଦର୍ଶନ ଚକ୍ର ଏୟାର ମିଜାଇଲ ପାକିସ୍ତାନର ସବୁ ଡ୍ରୋନ୍ ଓ ମିଜାଇଲ୍ ଧ୍ବଂସ କରିଛି। ବିଭିନ୍ନ ସ୍ଥାନରୁ ପାକିସ୍ତାନୀ ଡ୍ରୋନ୍, ମିଜାଇଲ୍ର ଭଗ୍ନାବଶେଷ ମିଳିଛି। ଅନ୍ୟପକ୍ଷରେ ଆତଙ୍କବାଦ ବିରୁଦ୍ଧରେ ଭାରତ ଅପରେସନ୍ ସିନ୍ଦୂର ଜାରି ରହିଛି । ଗୁରୁବାର ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ଲାହୋରକୁ ଟାର୍ଗେଟ୍ କରାଯାଇଛି । ଏଥିରେ ସେନାକୁ ବଡ଼ ସଫଳତା ମିଳିଛି । ପାକିସ୍ତାନ ବାୟୁ ସେନା ପ୍ରତିରକ୍ଷା ବିଭାଗର ରାର୍ଡାରକୁ ଧ୍ୱଂସ କରିବାରେ ସଫଳ ହୋଇଛି ବାୟୁସେନା । Post navigation ପୁଞ୍ଚ୍ରେ ପାକିସ୍ତାନ ସେନାଙ୍କ ଗୁଳିମାଡ଼; ୧୩ ଭାରତୀୟ ନାଗରିକ ମୃତ, ୫୯ ଆହତ ‘ଅପରେସନ୍ ସିନ୍ଦୁର’ରେ କୁଖ୍ୟାତ ଆତଙ୍କୀ ଅବଦୁଲ ରୌଫ୍ ଆଜହର ମୃତ୍ୟୁ