ଢେଙ୍କାନାଳ ଅବକାରୀ ଅଧୀକ୍ଷକ କ୍ରିଷ୍ଣା ନାୟକଙ୍କ ବିପୁଳ ସମ୍ପତ୍ତି ଠାବ। ୨ଟି ବହୁତଳ କୋଠା, ୮ଟି ଦାମୀ ପ୍ଲଟ୍, ୨ଟି ୪ ଚକିଆ ଯାନ ଠାବ । କଟକ ଜିଲ୍ଲାର ଜଗତପୁର ଠାରେ ୪ହଜାର ୬୫୫ ବର୍ଗଫୁଟର ଏକ ତିନି ମହଲା କୋଠା ରହିଛି । ପୁରୀ କୁମ୍ଭାରପଡ଼ା ଠାରେ ୧୪ଶହ ବର୍ଗଫୁଟର ଏକ କୋଠା ରହିଛି । କଟକରେ ୪ଟି, ପୁରୀ ଓ ଜଗତସିଂହପୁରରେ ୨ଟି ଲେଖାଏଁ ବହୁମୂଲ୍ୟ ଜାଗା ରହିଛି । କଟକ, ପୁରୀ ଓ ଜଗତସିଂହପୁରରେ ରହିଛି ୮ଟି ଦାମୀ ପ୍ଲଟ୍ ।

ଭିଜିଲାନ୍ସ ହାତରେ ପଡ଼ିଥିଲେ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାୟକ। ତିନି ଲକ୍ଷ ଟଙ୍କା ନେଇ ଯାଉଥିବା ସମୟରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କ୍ଵାର୍ଟର ସାମନାରୁ ଅବକାରୀ ଅଧିକ୍ଷକଙ୍କୁ ଧରିଥିଲା ଭିଜିଲାନ୍ସ।

Leave a Reply

Your email address will not be published. Required fields are marked *