ପ୍ରକାଶ ପାଇଲା ଦଶମ ଆଇସିଏସ୍ଇ ଓ ଦ୍ୱାଦଶ ଆଇଏସ୍ସି ରେଜଲ୍ଟ । କାଉନ୍ସିଲ୍ ଫର୍ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମିନେଶନ୍ସ (ସିଆଇଏସ୍ସିଇ) ୱେବସାଇଟ୍ରେ ରେଜଲ୍ଟ ପ୍ରକାଶ । ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ cisce.org, results.cisce.org ଏବଂ DigiLocker ରେ ଫଳାଫଳ ଯାଞ୍ଚ କରିପାରିବେ। ଛାତ୍ରଛାତ୍ରୀମାନେ ସେମାନଙ୍କ ମୂଳ ମାର୍କ ସିଟ୍ ପରେ ସେମାନଙ୍କ ସମ୍ପୃକ୍ତ ସ୍କୁଲରୁ ପାଇବେ। ଚଳିତ ବର୍ଷ ଆଇଏସସିର ପରୀକ୍ଷା ୧୩ ଫେବୃଆରୀରୁ ୫ ଅପ୍ରେଲ ୨୦୨୫ ପର୍ଯ୍ୟନ୍ତ ଅୟୋଜନ କରାଯାଇଥିଲା। ଏଥିସହ ଆଇସିଏସଇର ପରୀକ୍ଷାଗୁଡ଼ିକ ୧୮ ଫେବୃଆରୀରୁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିଥିଲା। ମୋଟ ୯୯,୫୫୧ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ, ଯେଉଁଥିରୁ ୯୮୫୭୮ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପୁଅଙ୍କ ପାସ୍ ହାର ୯୮.୬୪ ପ୍ରତିଶତ ଥିବା ବେଳେ ଝିଅଙ୍କ ପାସ୍ ହାର ରହିଛି ୯୯.୪୫ ପ୍ରତିଶତ Post navigation ଚାଷୀଙ୍କ ଆକାଉଣ୍ଟ୍କୁ ଆସିଲା ସିଏମ୍ କିଷାନ ଟଙ୍କା ଡ୍ରପ୍ ଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ; ଆଜିଠାରୁ ମେ’ ୫ ତାରିଖ ଯାଏଁ ଚାଲିବ ସର୍ଭେ