ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କ ଆକାଉଣ୍ଟ୍କୁ ଆସିଲା ସିଏମ୍ କିଷାନ ଟଙ୍କା । ସିଏମ୍ କିଷାନ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୫୦ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୧ ହଜାର କୋଟିରୁ ଅଧିକ ଟଙ୍କା । ନୂଆଖାଇ ଓ ଅକ୍ଷୟ ତୃତୀୟା ଅବସରରେ ସରକାର ଚାଷୀଙ୍କୁ ଟଙ୍କା ଦେବେ ବୋଲି ଘୋଷଣା କରାଯାଇଥିଲା । ରାଜ୍ୟସ୍ତରୀୟ କୃଷକ ସମାରୋହରେ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ । ନାମମାତ୍ର ଚାଷୀଙ୍କଠୁ ନେଇ କ୍ଷୁଦ୍ର ଏବଂ ଭୂମିହୀନ ଚାଷୀଙ୍କୁ ମିଳିଲା ଏହି ସିଏମ କିଷାନ ଟଙ୍କା । ପ୍ରଥମ କିସ୍ତି ନୂଆଖାଇରେ ମିଳିଥିବା ବେଳେ ଏବେ ଦ୍ୱିତୀୟ କିସ୍ତି ମିଳିଛି । ସୂଚନା ଯୋଗ୍ୟ; ଆଜି ଅକ୍ଷୟ ତୃତୀୟାରେ ଭୁବନେଶ୍ୱର ସ୍ଥିତ OUAT ଫାର୍ମରେ ଏକ ରାଜ୍ୟସ୍ତରୀୟ କୃଷକ ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଖିମୁଠି ଅନୁକୂଳ କରିବା ସହିତ ହଳ କରି ଧାନ ବୁଣିଥିଲେ । ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ସମସ୍ତ ଚାଷୀମାନଙ୍କ ଆକାଉଣ୍ଟ୍କୁ ସିଏମ୍ କିଷାନ ଟଙ୍କା ପଠାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଧାୟକମାନେ ଉପସ୍ଥିତ ଥିଲେ । Post navigation ହୋଟେଲରେ ଭୟାବହ ଅଗ୍ନିକାଣ୍ଡ; ୧୪ ଜଣଙ୍କ ମୃତ୍ୟୁ ପ୍ରକାଶ ପାଇଲା ଦଶମ ଆଇସିଏସ୍ଇ ଓ ଦ୍ୱାଦଶ ଆଇଏସ୍ସି ରେଜଲ୍ଟ