ଆଜି ସରୁଛି ଭାରତରେ ଥିବା ପାକିସ୍ତାନୀଙ୍କ ଡେଡଲାଇନ୍। ମେଡିକାଲ୍ ଭିସା ନେଇ ଭାରତକୁ ଆସିଥିବା ପାକିସ୍ତାନ ନାଗରିକ ଆଜିସୁଦ୍ଧା ନିଜ ଦେଶକୁ ଫେରିବେ। ୨୯ ତାରିଖ ପର୍ଯ୍ୟନ୍ତ ସେମାନେ ଭାରତରେ ରହିପାରିବେ ବୋଲି କୁହାଯାଇଥିଲା । ତେବେ ସାର୍କ୍ ଭିସାଧାରୀ ପାକିସ୍ତାନୀଙ୍କ ପାଇଁ ଏପ୍ରିଲ ୨୬ ଓ ଅନ୍ୟ ୧୨ ପ୍ରକାର ଭିସାଧାରୀ ପାକିସ୍ତାନୀଙ୍କ ପାଇଁ ଏପ୍ରିଲ ୨୭ ସୁଦ୍ଧା ନିଜ ଦେଶକୁ ଫେରିବାକୁ ନିର୍ଦ୍ଦେଶ ଥିଲା । ପହଲଗାମ୍ ଆତଙ୍କୀ କାଣ୍ଡ ପରେ ଏନେଇ ଘୋଷଣା କରିଥିଲେ କେନ୍ଦ୍ର ସରକାର। ଅନ୍ୟପଟେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏବେ ସୁଦ୍ଧା ଭାରତ ଛାଡ଼ିସାରିଲେଣି ୫ଶହରୁ ଅଧିକ ପାକିସ୍ତାନୀ । ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରି ଭାରତ ସୀମା ଛାଡିବାକୁ ଗୃହ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି । ଦେଶ ନଛାଡିଲେ ସେମାନଙ୍କ ପ୍ରତି କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭାରତରେ ପାକିସ୍ତାନ ନାଗରିକ ଭିସା ସର୍ତ୍ତ ଅବମାନନା କରି ଧରାପଡ଼ିଲେ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୩ ଲକ୍ଷ ଟଙ୍କା ଜରିମାନା କିମ୍ବା ଉଭୟ ଭୋଗିପାରନ୍ତି ସେମାନେ। Post navigation ଓଡ଼ିଶାରୁ ୩ ଜଣଙ୍କୁ ମିଳିଲା ପଦ୍ମଶ୍ରୀ ପୁରସ୍କାର ଜମ୍ମୁ-କାଶ୍ମୀର ୮୭ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ୪୮ଟିକୁ ବନ୍ଦ କଲେ ଜାମ୍ମୁ-କାଶ୍ମୀର ସରକାର