ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଅପରେସନ ଦୃଶ୍ୟ ପ୍ରସାରଣକୁ ବାରଣ କରାଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦେଶର ପ୍ରତିରକ୍ଷା ସମ୍ପର୍କିତ ଅପରେସନ୍ ଏବଂ ସୁରକ୍ଷା ବାହିନୀର ଗତିବିଧିର ସିଧା ପ୍ରସାରଣ ପ୍ରଦର୍ଶନ କରିବାରୁ ନିବୃତ୍ତ ରହିବା ପାଇଁ ସମସ୍ତ ଗଣମାଧ୍ୟମ ଚ୍ୟାନେଲଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରିଛି । ସମସ୍ତ ଗଣମାଧ୍ୟମ ପ୍ଲାଟଫର୍ମ, ସମ୍ବାଦ ସଂସ୍ଥା ଏବଂ ସାମାଜିକ ଗଣମାଧ୍ୟମ ବ୍ୟବହାରକାରୀଙ୍କ ପାଇଁ ଏହି ସମ୍ପର୍କରେ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । Post navigation ୫୧,୦୦୦ ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦୀ; ଓଡିଶାରେ ୨୫୮ ନିଯୁକ୍ତି ପତ୍ର ପ୍ରଦାନ ପାକିସ୍ତାନରୁ ଆସି ଲଙ୍ଗ ଟର୍ମ ଭିସାରେ ଥିବା ହିନ୍ଦୁଙ୍କର ଭିସା ହେବନି ରଦ୍ଦ