ହରିଆଣା ନିର୍ବାଚନ ପରେ ମୁକୁ ଭାଇଙ୍କ ସମର୍ଥକ ମାନେ ଭାରି ଖୁସି ହେଇ ନାଚିବା ଆରମ୍ଭ କରିଦେଲେ। ପ୍ରଚାର ଆରମ୍ଭ ହେଲା ଯେ, ମୁକୁ ଭାଇ ହେଁ ତୋ ମୁମକିନ୍ ହୈ । ଗୋଟିଏ ଦୁଇଟି ବଡ ଖବରକାଗଜରେ ପ୍ରବନ୍ଧ ବି ବାହାରିଲା । ଅସମ୍ଭବକୁ ସମ୍ଭବ କରିଦେଲେ ମୁକ୍ତି ଭାଇ। ମୁକୁ ଭାଇ ଥିଲେ ହରିଆଣାର ନିର୍ବାଚନ ପ୍ରଭାରୀ। ଏକଥା ସତ ଯେ, ହରିଆଣା ନିର୍ବାଚନ ଭାରି କଠିଣ ଥିଲା । ଦି’ ଦିଥର ଜିଣିଲା ପଦ୍ମବଳ । ସିଏମ ପଦରୁ ଖଟର ବାବୁଙ୍କୁ ହଟାଇ ଦେଇ ବିପଦ ଦୂର କରିବାକୁ ପଦ୍ମ ନେତୃତ୍ବ ଚେଷ୍ଟା କରିଥିଲା । ଜାଠମାନେ ରାଗି ଯାଇଥିଲେ ସରକାର ଉପରେ । ଏଣୁ ସେ ଦୃଷ୍ଟିରୁ ମୁକୁ ଭାଇ ପରିଶ୍ରମ କରିଛନ୍ତି ସେଠି । କିନ୍ତୁ ହରିଆଣା ବିଜୟ ପାଇଁ ମୋଦୀ, ଯୋଗୀ ଏବଂ ସଂଘ ପରିବାରର ଭୂମିକାକୁ କେହି ବି ଅସ୍ବୀକାର କରିପାରିବ ନାହିଁ । ଚା’ଛଡା କଂଗ୍ରେସର କଛା କଟାକଟି ବି ସୁହାଇଲା ପଦ୍ମ ବଳିଆଙ୍କୁ। ହେଲେ ମୁକୁ ଭାଇଙ୍କ ଅନୁଗତ ମାନେ ଆଉ କାହାକୁ ଶ୍ରେୟ ଦେବାକୁ ପ୍ରସ୍ତୁତ ନଥିଲେ । ସତେ ଯେମିତି ମୁକୁ ଭାଇ ଏକା ହିଁ ଜିତେଇ ଦେଲେ ।

ମହାରାଷ୍ଟ୍ରରେ ପଦ୍ମ ମେଣ୍ଟର ଛପରଫାଡ ବିଜୟ ହେଲା। ସେଠି ତ କେହି ଜଣେ ନିର୍ବାଚନ ପ୍ରଭାରୀ ଥିଲେ। ପ୍ରଭାରୀ ଥିଲେ ଭୂପେନ୍ଦ୍ର ଓ ସହପ୍ରଭାରୀ ଥିଲେ ବୈଷ୍ଣବ । କିନ୍ତୁ ଓଡ଼ିଶାର କେହି ସେକଥା ଉଠାଇଲେ ନାହିଁ । ଓଲଟି କହିଲେ ମୋଦୀ ଓ ଯୋଗୀ ଖେଳ କଲେ । ହରିଆଣା ବେଳକୁ ଜଣେ। ମହାରାଷ୍ଟ୍ର ବେଳକୁ କେବଳ ଦଳ ?

ଦିଲ୍ଲୀ ନିର୍ବାଚନ ଆଦୌ ସହଜ ନଥିଲା । ଅରବିନ୍ଦ କେଜ୍ରିଓ୍ୱାଲ କେଡେ ଦମ୍ଭର ସହିତ କହିଲେ ନଥିଲେ ଯେ, ଏ ଜନ୍ମରେ କେବେ ମୋଦୀ ତାଙ୍କୁ ହରେଇପାରିବେ ନାହିଁ । ସେ ଦିଲ୍ଲୀର ମାଲିକ । କିନ୍ତୁ ନିଜେ ହାରିଲେ । ଦଳ ବି ହାରିଲା। ଦିଲ୍ଲୀ ପାଇଁ ନିର୍ବାଚନ ପ୍ରଭାରୀ ଥିଲେ ଜୟ ଭାଇ । ୟା’ଆଗରୁ ଆସାମରେ ବି ପ୍ରଭାରୀ ଥାଇ ଜିଣାଇଥିଲେ ପଦ୍ମ ଦଳକୁ ଦ୍ବିତୀୟବାର। ତେବେ ଦିଲ୍ଲୀ ଲଢେଇ ବି କଠିନ ଥିଲା । କେଜ୍ରି ମିଛ କହିବାରେ ଓସ୍ତାଦ । ହରିଆଣା ସରକାର ଯମୁନାରେ ବିଷ ମିଶାଇ ଦେଇଚନ୍ତି ବୋଲି କି ପ୍ରଚାର କରିନଥିଲେ ସେ ! ଏହାପରେ ବି ବଢିଆ ବିଜୟ ହାସଲ କଲା ପଦ୍ମ । ଜୟ ଭାଇ କିନ୍ତୁ ବିଜୟର ଶ୍ରେୟ ମୋଦୀବାହିନୀକୁ ଦେଲେ। ମୁକୁ ଭାଇଙ୍କ ସମର୍ଥକମାନେ କିନ୍ତୁ ପୁରା ରୂପ। ସଭାପତି ସାମଲ ଭାଇ କିନ୍ତୁ କହିସାରିଚନ୍ତି ଯେ, ଜୟ ଭାଇ ବଢିଆ କାମ କରିଚନ୍ତି । ଏକଥା ସହ ଯେ, ଜୟ ଭାଇ ଖୁସ୍ ହୁଆ । ଜାଣେନି ମୁକୁ ଭାଇଙ୍କ ସମର୍ଥକମାନେ ଖୁସି ନା ଦୁଃଖ୍ ?

 

Leave a Reply

Your email address will not be published. Required fields are marked *