ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି । ନିମ୍ନ ଅଦାଲତଙ୍କ ଜାମିନ ବିହିନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ମାଲକାନଗିରି ଜିଲ୍ଲାର ବହୁ ଚର୍ଚ୍ଚିତ ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ମାଲକାନଗିରି ଏସ୍‌ଡିଜେଏମ୍‌ କୋର୍ଟ ଜାରି କରିଥିଲେ ଏନବିଡବ୍ଲ୍ୟୁ। ୨ଥର ସମନ ସତ୍ତ୍ବେ ହାଜର ନ ହେବାରୁ ଜାରି ହୋଇଥିଲା ଏନବିଡବ୍ଲ୍ୟୁ । କିନ୍ତୁ ଏବେ ତାଙ୍କୁ  ଆଶ୍ବସ୍ତି ମିଳିଛି ।

ସୂଚନା ଯୋଗ୍ୟ; ୨୦୧୯ ମେ’ ମାସ ୨୭ ତାରିଖରେ ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବନାରାୟଣ ପଣ୍ଡା ଦେବ ନାରାୟଣ ପଣ୍ଡା ନିଖୋଜ ହୋଇଯାଇଥିଲେ। ସେ ଅଫିସକୁ ଯାଇ ଆଉ ଘରକୁ ଫେରିନଥିଲେ। ଏହା ପରେ ପରଦିନ ମାଲକାନଗିରି ସତୀଗୁଡ଼ା ଡ୍ୟାମରୁ ଦେବ ନାରାୟଣଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଥିଲେ। ସ୍ବାମୀଙ୍କ ରହସ୍ୟଜନକ ମୃତ୍ୟୁ ପାଇଁ ପତ୍ନୀ ତତ୍କାଳୀନ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଦାୟୀ କରିଥିଲେ। ଏହା ପରେ ଏହି ମାମଲାରେ ଏସଡିଜେଏମ କୋର୍ଟ ତରଫରୁ ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଏବଂ ତାଙ୍କର ତିନି ସହଯୋଗୀଙ୍କୁ ବାରମ୍ୱାର କୋର୍ଟରେ ହାଜର ହେବାକୁ ନୋଟିସ ଜାରି କରିଥିଲେ।

Leave a Reply

Your email address will not be published. Required fields are marked *