ଏକାମ୍ର ବିଧାୟକ ବାବୁ ସିଂହ ଗଠନ କରିଛନ୍ତି ଠେଙ୍ଗା ବାହିନୀ । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନକୁ ରୋକିବା ପାଇଁ  ବାବୁ ସିଂ ଗଢିଥିବା ଠେଙ୍ଗା ବାହିନୀକୁ ନେଇ ଏବେ ଆରମ୍ଭ ହୋଇଛି ବୟାନବାଜି । ଆଜି ବାବୁ ସିଂଙ୍କ ଠେଙ୍ଗା ବାହିନୀକୁ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ନେତା ମନ୍ମଥ ରାଉତରାୟ । ସେ କହିଛନ୍ତି ବାବୁ ସିଂ ଜଣେ ବିଜେପି ବିଧାୟକ । ସେ ସାମ୍ବିଧାନିକ ପଦବୀରେ ଅଛନ୍ତି । ପଦବୀରେ ରହି ଆଇନକୁ ହାତକୁ ନେବା କେତେ ଦୂର ଠିକ୍ । ଅଶ୍ଲୀଳ ନୃତ୍ୟ ପାଇଁ SOP ଆସିବ କହିଥିଲେ ଆଇନମନ୍ତ୍ରୀ କିନ୍ତୁ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଉପରେ ଭରସା ନଥିବାରୁ ସେ ଠେଙ୍ଗା ଧରିଛନ୍ତି ବୋଲି କହିଛନ୍ତି  ମନ୍ମଥ ରାଉତରାୟ ।

ସୂଚନା ଯୋଗ୍ୟ; ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ରୋକିବାକୁ ବିଧାୟକ ବାବୁ ସିଂ ନିଜସ୍ୱ ଠେଙ୍ଗା ବାହିନୀ ଗଢ଼ିଥିବା  କୁହାଯାଉଛି । ନିଜେ ବିଧାୟକ ‘ଶହେ ଠେଙ୍ଗା ପ୍ରସ୍ତୁତ ହୋଇ ରହିଛି’ ବୋଲି ଗଣମାଧ୍ୟମକୁ କହିଛନ୍ତି । ସେ କହିଥିଲେ ଯାତ୍ରାରେ ଅଙ୍ଗ ପ୍ରଦର୍ଶନ କରିବା ସହ ଯେଉଁଠି ବିଶୃଙ୍ଖଳା ଦେଖାଯିବ ସେଇଠି ପଡିବ ଠେଙ୍ଗା ପାହାର ।

Leave a Reply

Your email address will not be published. Required fields are marked *