ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି। ଆଜି ସକାଳ ୭ଟାରୁ ସମସ୍ତ ମତଦାନ କେନ୍ଦ୍ରରେ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ଆଜି ୧.୫୬ କୋଟିରୁ ଅଧିକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।୮୩ ଲକ୍ଷ ୭୬ ହଜାର ପୁରୁଷ ଭୋଟର ଥିବା ବେଳେ ୭୨ ହଜାର ୩୬ ଲକ୍ଷ ମହିଳା ଭୋଟର ଓ ୧ହଜାର ୨୬୭ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି । ସେହିପରି ମୈଦାନରେ ଅଛନ୍ତି ବିଭିନ୍ନ ଦଳର ୬୯୯ ଜଣ ପ୍ରାର୍ଥୀ । ୨୬୯୬ଟି ବିଭିନ୍ନ ସ୍ଥାନରେ ଅବସ୍ଥିତ ସମସ୍ତ ୭୦ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୧୩,୭୬୬ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ତେବେ କାହାର ହେବ ଦିଲ୍ଲୀ ? ସେ ନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି ଦିଲ୍ଲୀରେ ତ୍ରିମୁଖୀ ଲଢେଇ ହେଉଥିଲେ ବି ମୁଖ୍ୟତଃ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଟକ୍କର ହେଉଛି । ନିର୍ବାଚନ ଆୟୋଗ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବା ପାଇଁ ଅର୍ଦ୍ଧସାମରିକ ବଳର ୨୨୦ କମ୍ପାନି, ଦିଲ୍ଲୀ ପୋଲିସର ୩୫ ହଜାର ୬୨୬ ଯବାନ ଓ ୧୯ ହଜାର ହୋମଗାର୍ଡ ମୁତୟନ କରିଛି । ଏହା ସହ ମତଦାନ କେନ୍ଦ୍ରଗୁଡ଼ିକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ କରାଯାଇଛି। ପୋଲିଂ ପାର୍ଟିରେ ସାମିଲ କର୍ମଚାରୀମାନେ ମଧ୍ୟ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଇଭିଏମ୍ ଓ ଭିଭିପ୍ୟାଟ୍ ନେଇ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। Post navigation ଆସନ୍ତାକାଲି ମହାକୁମ୍ଭରେ ବୁଡ଼ ପକାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଲକାନଗିରି ଜଳ ସମ୍ପଦ ପ୍ରକଳ୍ପ ନିର୍ଦେଶକଙ୍କ ଘରୁ ଦେଢ଼ କୋଟି ଟଙ୍କା ଜବତ