ସ୍ୱେଚ୍ଛାସେବୀ ଅନୁଷ୍ଠାନରେ ଅନ୍ତେବାସୀଙ୍କୁ ମାଡ଼ ଘଟଣାରେ ସମର୍ଥ ଅନୁଷ୍ଠାନର ସମ୍ପାଦକ ହରିଶ ଚନ୍ଦ୍ର ଦାସ ଓ ସହାୟିକା ସ୍ବାଗତିକା ପ୍ରଧାନଙ୍କୁ ଗିରଫ କଲା ପୋଲିସ। ସମ୍ବଲପୁର ନେତାଜୀନଗର ଠାରେ ଥିବା ସମର୍ଥ କେନ୍ଦ୍ରରେ ଅନ୍ତେବାସୀ ନିର୍ଯ୍ୟାତନ ଦିଆଉଥିବାର ଭିଡ଼ିଓ ଭାଇରାଲ ପରେ ପ୍ରଶାସନ ପକ୍ଷରୁ ନିଆଯାଇଛି କାର୍ଯ୍ୟାନୁଷ୍ଠାନ ।ଏଥିସହ ସମର୍ଥ କେନ୍ଦ୍ର ପରିଚାଳନା କରୁଥିବା ଏନଜିଓକୁ କଳା ତାଲିକା ଭୁକ୍ତ କରିବା ପାଇଁ ସରକାରକୁ ସୁପାରିଶ କରାଯାଇଛି । ସୂଚନା ଯୋଗ୍ୟ ; ସମ୍ବଲପୁର ନେତାଜୀନଗର ଠାରେ ଥିବା ସମର୍ଥ କେନ୍ଦ୍ରରେ ଅନ୍ତେବାସୀଙ୍କୁ ଦିଆଯାଉଥିଲା ଅମାନୁଷିକ ନିର୍ଯାତନା । ହୃଦୟହୀନ କେୟାରଟେକର୍ ଓ ମାଲିକଙ୍କ ଅମାନବୀୟ ନିର୍ଯାତନାର ଭିଡିଓ ଭାଇରାଲ୍ ହେବା ପରେ ଅନୁଷ୍ଠାନର ଗୁମର । ନିର୍ଯାତନା ମାମଲାରେ ଅନୁଷ୍ଠାନର ସମ୍ପାଦକ ଓ ସହାୟିକାକୁ ଗିରଫ କରାଯାଇଛି । ଏହା ସହ ବର୍ତ୍ତମାନ ସମର୍ଥ କେନ୍ଦ୍ରରେ ଥିବା ୩୦ ଜଣ ଅନ୍ତେବାସୀଙ୍କୁ ଅନ୍ୟ ସ୍ଥାନରେ ଥଇଥାନ କରାଯିବା ପାଇଁ ପକ୍ରିୟା ଆରମ୍ଭ କରାଯାଇଛି । Post navigation ରାୟଗଡ଼ାରେ ହେବ ଆଲୁମିନିୟମ ପ୍ଲାଣ୍ଟ କେନ୍ଦୁଝରରେ ଜେଏସଡବ୍ଲ୍ୟୁ ପ୍ରତିଷ୍ଠା କରିବ ଇସ୍ପାତ କାରଖାନା