ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୋଟିଏ ବାଘ ଛୁଆ ମୃତ ହୋଇଛି । ଅସୁସ୍ଥ କାରଣରୁ ବାଘ ଛୁଆ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏହି ବାଘ ଛୁଆ ଧଳା ବାଘୁଣୀ ରୂପା ଠାରୁ ଜନ୍ମ ନେଇଥିଲା। କିଛି ଦିନ ତଳେ ବାଘ ଛୁଆଟି ଅସୁସ୍ଥ ଥିବାରୁ ତାକୁ ନନ୍ଦନକାନନ ଚିକିତ୍ସାଳୟର ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଚାଲିଥିଲା । ଅସୁସ୍ଥତା ପାଇଁ ୧୨ରୁ ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଛି ।

ସୂଚନା ମୁତାବକ ନନ୍ଦନକାନନର ଧଳା ବାଘୁଣୀ ରୂପା ଗତ ବର୍ଷ ନଭେମ୍ବର ୨ ତାରିଖରେ ତାର ତୃତୀୟ ଗର୍ଭରୁ ୪ ଶାବକ ଜନ୍ମ ଦେଇଥିଲା । ଜନ୍ମ ନେବା ପରେ ସମସ୍ତ ଶାବକ ସୁସ୍ଥ ଥିଲେ। ନନ୍ଦନକାନନ କର୍ତ୍ତୃପକ୍ଷ ସମସ୍ତ ଶାବକ ଏବଂ ରୂପାକୁ ସିସିଟିଭି ନଜରରେ ରଖିଥିଲେ । କିଛି ଦିନ ପୂର୍ବେ ସେମାନଙ୍କ ମଧ୍ୟରୁ ଏକ ବାଘ ଛୁଆ ଅସୁସ୍ଥ ହୋଇ ପଡ଼ିଥିଲା  । ସଙ୍ଗେ ସଙ୍ଗେ କର୍ତ୍ତୃପକ୍ଷ ଶାବକଟିକୁ ମା ପାଖରୁ ଅଲଗା କରି ପ୍ରାଥମିକ ଚିକିତ୍ସା କରି ପୁଣି ମା ପାଖରେ ଛାଡିଥିଲେ । ହେଲେ ଗତକାଲି ପୁଣି ସେହି ଶାବକଟି ଅସୁସ୍ଥ ହୋଇ ପଡ଼ିଥିଲା । ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ଵାବଧାନରେ ବାଘ ଶାବକକୁ ନନ୍ଦନକାନନର ଜନ୍ତୁ ଲାଳନପାଳନ କେନ୍ଦ୍ରରେ ରଖାଯାଇ ସଲାଇନ୍ ଦିଆଯାଇ ଚିକିତ୍ସା କରାଯାଉଥିବା ବେଳେ ଆଜି ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *