ଆନ୍ଧ୍ରପ୍ରଦେଶର ତିରୁପତିରେ ଦଳାଚକଟାରେ ୬ ଜଣ ମୃତ ତଥା ୨୫-୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ବାର ନିକଟରେ ଏକାଦଶୀ ପାଇଁ ଦର୍ଶନ ଟୋକନ ବଣ୍ଟାଯାଉଥିବା ବେଳେ ଦଳାଚକଟା ହୋଇଥିବା କୁହାଯାଉଛି । ବହୁ ଆହତ ଭକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାକୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନିର୍ଦ୍ଦେଶ ଦେଇଛନ୍ତି । ଦଳାଚକଟା ସମୟରେ ୪ ହଜାରରୁ ଅଧିକ ଭକ୍ତ ଉପସ୍ଥିତ ଥିଲେ । Post navigation ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି; ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଯୋଗ ଦେବେ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ