HMPV in Kolkata; Number of HMPV cases rises to 4 in the country

ବେଙ୍ଗାଲୁରୁରୁ ୨ ଜଣ ଏଚଏମପିଭି ମାମଲା ଚିହ୍ନଟ ହୋଇଥିବା ବେଳେ, ଅହମ୍ମଦାବାଦ ଜଣେ ଏବଂ କୋଲକାତାରେ ଆଉ ଜଣେ HMPV ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାସହିତ ଦେଶରେ ଏବେ ମୋଟ ୪ ଟି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବେଙ୍ଗାଲୁରୁ ହସ୍ପିଟାଲରେ ୮ ମାସର ଏକ ଶିଶୁ ଏବଂ ୩ ମାସର ଏକ ଶିଶୁ ଠାରେ ପ୍ରଥମେ ଏହି ରୋଗର ଲକ୍ଷଣ ଦେଖାଦେଇଥିବା ବେଳେ ଗୁଜୁରାଟ ଅହମ୍ମଦାବାଦରୁ ଜଣେ ଦୁଇ ମାସର ଶିଶୁ ଠାରେ ଉକ୍ତ ରୋଗ ଚିହ୍ନଟ ହୋଇଛି ।

ସେହିପରି କୋଲକାତାରେ ୬ ମାସର ଶିଶୁ ଶରୀରରେ HMPV ଚିହ୍ନଟ ହୋଇଛି । ଗତ ନଭେମ୍ବରରେ HMPV ଚିହ୍ନଟ ହେବା ପରେ ହସ୍ପିଟାଲ୍‌ରେ ସେ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *